ପୁଣି ୫ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ କରୋନା ପଜିଟିଭ : ଖବର ପାଇ ସ୍କୁଲକୁ ବନ୍ଦ କଲେ ପ୍ରଧାନଶିକ୍ଷକ

104

କନକ ବ୍ୟୁରୋ : ଢ଼େଙ୍କାନାଳରେ ପୁଣି ସ୍କୁଲ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ଗାଁର ସିଦେ୍ଧଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୫ଜଣ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଖବର ପରେ ବିଦ୍ୟାଳୟକୁ ବନ୍ଦ କରିଛନ୍ତି ପ୍ରଧାନଶିକ୍ଷକ । ପୂର୍ବରୁ କାମାକ୍ଷାନଗର ବ୍ଳକ କାନପୁରା ପଂଚାୟତର ଉଚ୍ଚ ବିଦ୍ୟାଳୟରୁ ୧୪ଜଣ ଛାତ୍ରଛାତ୍ରୀ ଓ ୬ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି । ସେହିପରି କୋଟଗରା ଉଚ୍ଚ ବିଦ୍ୟାଳୟରୁ ୨ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି ।