କନକ ବ୍ୟୁରୋ: ଗଞ୍ଜାମରେ ବାପା-ପୁଅଙ୍କୁ ହତ୍ୟା ଘଟଣାରେ ଆସିଲା ବଡ଼ ରାୟ । ହତ୍ୟା ଘଟଣାରେ ସଂପୃକ୍ତ ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଥମ ।

ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ହେଲେ ଧନୁ ସ୍ୱାଇଁ ଏବଂ ତାଙ୍କର ୪ ପୁଅ । ୪ ପୁଅ ହେଉଛନ୍ତି କାର୍ତ୍ତିକ ସ୍ୱାଇଁ, ଅମିନ ସ୍ୱାଇଁ, ଭଗବାନ ସ୍ୱାଇଁ ଓ ସରୋଜ ସ୍ୱାଇଁ । କିନ୍ତୁ ଘଟଣାରେ ତିନି ମହିଳା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।