କନକ ବ୍ୟୁରୋ : ଏକାମ୍ରକ୍ଷେତ୍ର ଉନ୍ନୟନ କାମର ସମୀକ୍ଷା କଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ । ଆଜି ପାଣ୍ଡିଆନ ସକାଳୁ ସକାଳୁ ଲିଙ୍ଗରାଜ ଗସ୍ତ କରି ବରିଷ୍ଠ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରିଥିଲେ । ଦୋକାନୀଙ୍କ ଥଇଥାନ କାମକୁ ତ୍ୱରାନ୍ୱିତ କରିବାକୁ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି . ଏହାଛଡା ଖୁବଶୀଘ୍ର ବିକଳ୍ପ ରାସ୍ତାର ଉନ୍ନତିକରଣ ସହ ସ୍ୱଚ୍ଛତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି । ଏହାଛଡ଼ା, ବିକଳ୍ପ ରାସ୍ତା ନିର୍ମାଣ ଓ ଭଙ୍ଗାରୁଜା ଆବର୍ଜନା ସଫେଇ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଓ୍ଵାର୍କସ୍ ଡିପାର୍ଟମେଣ୍ଟ୍ର ସଚିବ କିଷନ୍ କୁମାର, ବିଏମ୍ସି କମିସନର୍ ପ୍ରେମ୍ ଚନ୍ଦ୍ର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଡିସେମ୍ବର ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ରରେ ଥିବା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ।