ଧୋନୀଙ୍କ ଏହି ୫ ରେକର୍ଡ: ଭାଙ୍ଗିବା ଅସମ୍ଭବ, ଆଜି ଯାଏଁ ଛୁଇଁ ନାହାନ୍ତି କେହି କ୍ରିକେଟର

520

କନକ ବ୍ୟୁରୋ: ଭାରତୀୟ ପୂର୍ବତନ କ୍ୟାପଟେନ ମହନ୍ଦ୍ରେ ସିଂ ଧୋନୀ । ୨୦୦୪ରୁ ୨୦୨୦ ମସିହା ଯାଏଁ କ୍ରିକେଟ ଦୁନିଆରେ ରାଜ କରିଥିଲେ ଏହି ମହାନ କ୍ରିକେଟର । ଆଉ ନିଜ ଅଧିନାୟକତ୍ୱ ବଳରେ ଭାରତକୁ ଏକ ଉନ୍ନତ ସ୍ଥିତିରେ ବି ପହଞ୍ଚାଇବେରେ ସଫଳ ହୋଇଥିଲେ । ତେବେ ଧୋନୀ ନିଜ କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା ବହୁତ ମୁସ୍କିଲ ।

ଆଇସିସି ରାଙ୍କିଙ୍ଗରେ ଦ୍ରୁତତମ ପ୍ରଥମ ସ୍ଥାନ ହାସଲ:
ଧୋନୀଙ୍କ ଏହି ରେକର୍ଡ ବିଷୟରେ କମ ଲୋକ ଜାଣିଛନ୍ତି । ଧୋନୀ ଆଇସିସି ଦିନିକିଆ କ୍ରିକେଟରେ କମ ମ୍ୟାଚ ଖେଳି ଆଇସିସି ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିବାରେ ପ୍ରଥମ ଖେଳାଳି । ସେ ନିଜ ଡେବ୍ୟୁ ମ୍ୟାଚ ପରେ ୪୨ଟି ଇଂନିସ ଖେଳି ଏହି ସଫଳତା ହାସଲ କରିଥିଲେ । ଏଭଳି ରେକର୍ଡ କରି ଧୋନୀ ଇତିହାସ କରିଥିଲେ ।

ୱିକେଟ କିପର ହିସାବରେ ଗୋଟିଏ ମ୍ୟାଚରେ ସର୍ବାଧିକ ରନ
ଦିନିକିଆ ମ୍ୟାଚରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଧୋନୀ ଗୋଟିଏ ମ୍ୟାଚରେ ଅଧିକ ରନ କରିବାରେ ରେକର୍ଡ କରିଛନ୍ତି । ମାହି ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ କରିଥିଲେ । ଏହି ମ୍ୟାଚରେ ଧୋନୀ ୧୫ ଚୌକା ଓ ୧୦ ଛକା ମାରିଥିଲେ ।

ସର୍ବାଧିକ ଷ୍ଟପିଙ୍ଗ
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଷ୍ଟପିଙ୍ଗ କରିବାର ରେକର୍ଡ ଧୋନୀଙ୍କ ନାଁରେ ରହିଛି । ସେ ତାଙ୍କ ୧୫ ବର୍ଷର କ୍ୟାରିୟରରେ ୧୨୩ଟି ଷ୍ଟପିଙ୍ଗ କରିଛନ୍ତି । ତାଙ୍କ ବ୍ୟତୀତ କୌଣସି କ୍ରିକେଟ ୧୦୦ ଅଙ୍କ ଛୁଇଁବାରେ ସଫଳ ହୋଇନାହାନ୍ତି ।

ସର୍ବାଧିକ ମ୍ୟାଚରେ ଅଧିନାୟକ
ଭାରତ ପାଇଁ ସର୍ବାଧିକ ଥର ଅଧିନାୟକତ୍ୱ କରିଥିବା ରେକର୍ଡ ମହେନ୍ଦ୍ର ସିଂ ଧୋନୀଙ୍କ ନାଁରେ ରହିଛି । ଧୋନୀ ୨୦୦୭ରୁ ୨୦୧୮ ମଧ୍ୟରେ ଭାରତ ପାଇଁ ୨୦୦ ଦିନିକିଆ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି ।

ଆଇସିସିର ସର୍ବାଧିକ ଟ୍ରଫି ଜିତିଥିବା କ୍ୟାପଟେନ
ମହେନ୍ଦ୍ର ସିଂ ଧୋନୀ ଆଇସିସିର ସମସ୍ତ ଟ୍ରଫି ଜିତିଥିବା ଏକମାତ୍ର ଅଧିନାୟକ । ସେ ନିଜ ଅଧିନାୟକତ୍ୱରେ ୨୦୦୭ରେ ଟି-୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ, ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତି ସାରିଛନ୍ତି ।