ଫ୍ରାନ୍ସରେ ଉଡାଣ ଭରିଲା ରାଫେଲ ଯୁଦ୍ଧବିମାନ : ୨୯ ତାରିଖରେ ଭାରତୀୟ ବାୟୁସେନାରେ ହେବ ସାମିଲ; ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦେଲେ ସୂଚନା

313

କନକ ବ୍ୟୁରୋ : ଭାରତ ଆସୁଛି ରାଫେଲ । ଉଡାଣ ଭରିଲା ରାଫେଲ ଯୁଦ୍ଧ ବିମାନ  । ଆସନ୍ତା ୨୯ ତାରିଖରେ ଭାରତୀୟ ବାୟୁସେନାରେ ଏହା ସାମିଲ ହେବ । ବାୟୁସେନାର ଅମ୍ବାଲା ଏୟାରବେସରେ ଏହାକୁ ନିୟୋଜିତ କରାଯିବ ।  ଏହି ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ଆସିବ । କରୋନା ଭାଇରସ ଯୋଗୁ ରାଫେଲ ଆସିବାରେ କିଛି ସପ୍ତାହ ବିଳମ୍ବ ହୋଇଛି ।

ଏହି ଯୁଦ୍ଧବିମାନର ଏୟାର ଟୁ ଏୟାର ମିଶାଇଲ କ୍ଷେପଣାସ୍ତ୍ର ଏବଂ ୧୫୦ କିଲୋମିଟରରୁ ଅଧିକ  ଦୂରରୁ ଶତ୍ରୁ ବିମାନକୁ ଗୁଳି କରିବାର କ୍ଷମତା ରହିଛି । ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଭାରତ ୩୬ ରାଫେଲ ବିମାନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା  ।

Comments are closed.