କନକ ବ୍ୟୁରୋ : ଭାରତ ଆସୁଛି ରାଫେଲ । ଉଡାଣ ଭରିଲା ରାଫେଲ ଯୁଦ୍ଧ ବିମାନ । ଆସନ୍ତା ୨୯ ତାରିଖରେ ଭାରତୀୟ ବାୟୁସେନାରେ ଏହା ସାମିଲ ହେବ । ବାୟୁସେନାର ଅମ୍ବାଲା ଏୟାରବେସରେ ଏହାକୁ ନିୟୋଜିତ କରାଯିବ । ଏହି ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ଆସିବ । କରୋନା ଭାଇରସ ଯୋଗୁ ରାଫେଲ ଆସିବାରେ କିଛି ସପ୍ତାହ ବିଳମ୍ବ ହୋଇଛି ।/kanak/media/post_attachments/wp-content/uploads/2020/07/Ed6NeCgUMAA8Kkh-300x225.png)
ଏହି ଯୁଦ୍ଧବିମାନର ଏୟାର ଟୁ ଏୟାର ମିଶାଇଲ କ୍ଷେପଣାସ୍ତ୍ର ଏବଂ ୧୫୦ କିଲୋମିଟରରୁ ଅଧିକ ଦୂରରୁ ଶତ୍ରୁ ବିମାନକୁ ଗୁଳି କରିବାର କ୍ଷମତା ରହିଛି । ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଭାରତ ୩୬ ରାଫେଲ ବିମାନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/11-26-750x430.jpg)