କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଗଞ୍ଜାମରେ ଆଉ ୫ ପଜିଟିଭ ଚିହ୍ନଟ । ଜିଲ୍ଲାରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । ସମସ୍ତେ ପୁରୁଷ, ସେମାନଙ୍କ ବୟସ ୩୯, ୪୯, ୧୬, ୪୮, ୪୫ ବର୍ଷ । ତେବେ କିଛି ସମୟ ପୂର୍ବରୁ ଗଞ୍ଜାମ ଜିଲ୍ଲାରୁ ଜଣେ ପଜିଟିଭ ବାହାରିଥିଲେ । ୨୬ ବର୍ଷୀୟ ଯୁବକଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେ ମଧ୍ୟ ସୁରତ ଫେରନ୍ତା ଥିଲେ । ଆଉ ଏବେ ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଥିବା ବେଳେ ସମସ୍ତ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।
6th Health Update, 9th May
Five positive cases in Ganjam
39 yr Male, 49 yr Male, 16 yr Male 48 yr Male & 45 yr Male
(Surat returnees In quarantine All symptomatic)
Contact tracing and follow-up action is being done.Total Positive Case: 294
— I & PR Department, Odisha (@IPR_Odisha) May 9, 2020
ସେପଟେ ନୟାଗଡ ଡେଇଁଲା କରୋନା । ନୟାଗଡ଼ରୁ ପ୍ରଥମଥର ପାଇଁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ୪୦ ବୟସ୍କ ପୁରୁଷ । ସେ ସୁରତ ଫେରନ୍ତା ଓ କ୍ୱାରେନଟିନରେ ରହିଥିଲେ । ତେବେ ଏବେ ଲଗାତାର ୭ ଆକ୍ରାନ୍ତ ଚିହ୍ନଟ ପରେ ବର୍ତ୍ତମାନ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨୯୪କୁ ବଢିଲା ।