କଂଗ୍ରେସର ପାଞ୍ଚ ଯୋଜନା । ସରକାରକୁ ଆସିଲେ ୧୦୦ ଦିନରେ ଲାଗୁ କରିବାକୁ ପ୍ରତିଶ୍ରୁତି ।

521

କନକ ବ୍ୟୁରୋ: ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ, ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଦେଇଛି ୫ ଯୋଜନା ପୂରଣ କରିବାର ପ୍ରତିଶ୍ରୁତି । ଦଳ ପକ୍ଷରୁ ପ୍ରେସମିଟ୍ କରାଯାଇ, ସରକାରକୁ ଆସିଲେ ଶହେ ଦିନ ଭିତରେ ଯୋଜନା ଗୁଡିକୁ ଲାଗୁ କରିବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।
କଂଗ୍ରେସର ୫ ଯୋଜନା..

୧- ଗୃହ ଜ୍ୟୋତି

ଘରୋଇ ଉପଭୋକ୍ତାଙ୍କ ପାଇଁ ୨ଶହ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ

୨- ଯୁବ ବିକାଶ

୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା

ବେକାରୀ ଭତ୍ତା ମାସିକ ୩ହଜାର ଟଙ୍କା

୩- କୃଷକ ବନ୍ଧୁ

ବୋନସ ସହ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ହଜାର ଟଙ୍କା

କୃଷି ଋଣ ଛାଡ

କୃଷକ ପାଇଁ ମାସିକ ପେନସନ ୨ହଜାର ଟଙ୍କା

୪- ଗୃହ ଲକ୍ଷ୍ମୀ

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ

ମହିଳାଙ୍କୁ ମାସିକ ଭତ୍ତା ୨ହଜାର, ଆଦିବାସୀ, ଦଳିତ ମହିଳାଙ୍କୁ ମାସିକ ୩ ହଜାର ଟଙ୍କା

ମାସକୁ ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର

୫- ଜନକଲ୍ୟାଣ

ସମସ୍ତଙ୍କୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା

ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ମାସିକ ୨ହଜାର ଟଙ୍କା

ଚିଟଫଣ୍ଡ ପ୍ରଭାବିତ ଜମାକାରୀଙ୍କୁ ୬ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ

ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୨% ସଂରକ୍ଷଣ ବ୍ୟବସ୍ଥା

ଆଦିବାସୀ ଓ ଦଳିତଙ୍କ ନିଜ ଜମି ଓ ଜଂଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର

୧୦୦ ଦିନ ମଧ୍ୟରେ ପେସା ଆଇନକୁ ଲାଗୁ କରାଯିବ

ଗୋଟିଏ ଦିନରେ ବାଲେଶ୍ୱର, ଜୟପୁର, ମାଲକାନଗିରି, କେନ୍ଦ୍ରାପଡା, କଟକ, ନୂଆପଡା, ନବରଙ୍ଗପୁର, ବୌଦ୍ଧ ସମେତ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ପ୍ରେସମିଟ୍ କରି ଏହି ୫ ଯୋଜନା ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।