ପ୍ରୟାଗରାଜରେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା । ହତ୍ୟା ପରେ ଘର ପୋଡିଦେଲେ ଦୁର୍ବୃତ୍ତ

Advertisment
ପ୍ରୟାଗରାଜରେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା । ହତ୍ୟା ପରେ ଘର ପୋଡିଦେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରୟାଗରାଜ ଖେରାଜପୁର ଇଲକାରେ ଘଟିଛି ଏକ ଛାତିଥରା ଘଟଣା । ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଘର ପୋଡି ଦେଇଛନ୍ତି ଦୁର୍ବୃତ୍ତ । ୫ଜଣଙ୍କୁ  ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । 

 ସୂଚନା ମୁତାବକ, ପ୍ରଦୀପ କୁମାର ଯାଦବ ନାମକ ବ୍ୟକ୍ତି ନିଜ ଭାଇ , ଭାଉଜଙ୍କ ମୃତ୍ୟୁ ଖବର ପୋଲିସକୁ ଦେବା ପରେ ପୋଲିସ ଫରେନ୍ସିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ ସହ ଆସି ପହଞ୍ଚିଥିଲା । ଏହାପରେ ଘରେ ଲାଗିଥିବା ନିଆଁକୁ ଲିଭାଯିବା ପରେ ମୃତଦେହକୁ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

କହରଖୁଁ କି, କିଛି ଦିନ ତଳେ ଏହି ଖେବରାଜପୁରରେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରାଯାଇଥିଲା । ସେମାନଙ୍କୁ ମଧ୍ୟ ହତ୍ୟା କରାଯିବା ପରେ ତାଙ୍କ ଘରେ ନିଆଁ ଲଗାଇଦିଆଯାଇଥିଲା । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ପୋଲିସ ଆଖିରୁ ନିଦ ହଜିଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe