କନକ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରୟାଗରାଜ ଖେରାଜପୁର ଇଲକାରେ ଘଟିଛି ଏକ ଛାତିଥରା ଘଟଣା । ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଘର ପୋଡି ଦେଇଛନ୍ତି ଦୁର୍ବୃତ୍ତ । ୫ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନା ମୁତାବକ, ପ୍ରଦୀପ କୁମାର ଯାଦବ ନାମକ ବ୍ୟକ୍ତି ନିଜ ଭାଇ , ଭାଉଜଙ୍କ ମୃତ୍ୟୁ ଖବର ପୋଲିସକୁ ଦେବା ପରେ ପୋଲିସ ଫରେନ୍ସିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ ସହ ଆସି ପହଞ୍ଚିଥିଲା । ଏହାପରେ ଘରେ ଲାଗିଥିବା ନିଆଁକୁ ଲିଭାଯିବା ପରେ ମୃତଦେହକୁ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
କହରଖୁଁ କି, କିଛି ଦିନ ତଳେ ଏହି ଖେବରାଜପୁରରେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରାଯାଇଥିଲା । ସେମାନଙ୍କୁ ମଧ୍ୟ ହତ୍ୟା କରାଯିବା ପରେ ତାଙ୍କ ଘରେ ନିଆଁ ଲଗାଇଦିଆଯାଇଥିଲା । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ପୋଲିସ ଆଖିରୁ ନିଦ ହଜିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/2-31.jpg)