କନକ ବ୍ୟୁରୋ : କଲଭର୍ଟ ଭୁଶୁଡି ୫ ମୃତ । ରାୟଗଡା କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା କଲଭର୍ଟ ଭୁଶୁଡି ପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ଜଣେ ୪୫ ବର୍ଷିୟ ବ୍ୟକ୍ତି ଅଛନ୍ତି । କଲର୍ଭଟ ପାଖରେ ଥିବା ପାଣିରେ କିଛି ବ୍ୟକ୍ତି ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି । ଭୁଶୁଡି ଯାଇଥିବା କଲର୍ଭଟ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଯାଇଛି । ସାଂଘାତିକ କଥା ହେଉଛି ଏହି ଦୁର୍ଘଟଣାରେ ବାପ, ପୁଅଙ୍କ ଜୀବନ ଯାଇଛି ।

Advertisment

ଏଭଳି ଦୁଃଖଦ ଘଟଣାରେ ଭାଙ୍ଗି ପଡ଼ିଥିବା ମୃତକଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ଆଣିଥିଲେ । ସେପଟେ ଘଟଣା ସ୍ଥଳରେ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ପହଞ୍ଚିଛନ୍ତି ।

ଦୁର୍ଘଟଣା ସ୍ଥଳ ବୁଲି ଦେଖିବା ସହ କୁନି କୁନି ପିଲାଙ୍କୁ ହରାଇଥିବା ପରିବାରକୁ ସମବେଦନା ଜଣାଇଛନ୍ତି । କିଛି ଦିନ ଧରି ନିର୍ମାଣ ଚାଲିଥିବା ଏହି କଲଭର୍ଟର ସେଟରିଂ ମଧ୍ୟ ଖୋଲା ଯାଇନଥିଲା । ଏପରିକି ଅଧା କାମ କରି ଠିକାଦାର କାମ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି । କେଉଁ କାରଣରୁ ଭୁଶୁଡି ପଡିଛି କଲର୍ଭଟ ତାର ଅନୁଧ୍ୟାନ ଚାଲିଛି ।