କନକ ବ୍ୟୁରୋ: ହାୱଡା ଶଙ୍କରାଇରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ୫ଜଣ ଓଡିଆ ଯୁବକଙ୍କର ମୃତ୍ୟୁ ହୋଇଛି । ଏହି ଯୁବକମାନେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଅଂଚଳରୁ କାର ଯୋଗେ କୋଲକତା ଯାଇଥିଲେ । ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । /kanak/media/post_attachments/wp-content/uploads/2019/07/194709-accident-300x180.jpg)
ସୂଚନା ମୁତାବକ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରୁ ୮ ଜଣ ଯୁବକ କାର ଯୋଗେ କୋଲକତା ଯାଇଥିଲେ । ତେବେ ହାୱଡାରୁ ଏକ ଭୋଜି ଖାଇ ଫେରୁଥିବା ସମୟରେ ସେମାନଙ୍କର ଗାଡି ଶଙ୍କରାଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଢୁଲାଗଡ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/ACC-1.jpg)