ପତ୍ନୀଙ୍କୁ ଅଣଦେଖା କରିବା ପଡିଲା ମହଙ୍ଗା : ପତ୍ନୀଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡି ଦେବା ଘଟଣାରେ ୫ ପ୍ରବାସୀ ଭାରତୀୟଙ୍କ ପାସପୋର୍ଟ ହେଲା ରଦ୍ଦ

Advertisment
ପତ୍ନୀଙ୍କୁ ଅଣଦେଖା କରିବା ପଡିଲା ମହଙ୍ଗା : ପତ୍ନୀଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡି ଦେବା ଘଟଣାରେ ୫ ପ୍ରବାସୀ ଭାରତୀୟଙ୍କ ପାସପୋର୍ଟ ହେଲା ରଦ୍ଦ

ବିବାହ ପରେ ପତ୍ନୀଙ୍କୁ ଛାଡ଼ିଦେବା ବା ପତ୍ନୀଙ୍କର କୌଣସି ପ୍ରକାର ସୁବିଧା ଅସୁବିଧା କଥା ନବୁଝି ତାଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେବା ଘଟଣା ଏବେ ପ୍ରବାସୀ ଭାରତୀୟ ଏନଆରଆଇ ମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ବିବାହ ପରେ ନିଜ ନିଜର ପତ୍ନୀମାନଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିବା ଅଭିଯୋଗରେ ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ୫ ଜଣ ପ୍ରବାସୀ ଭାରତୀୟଙ୍କର ପାସପୋର୍ଟକୁ ରଦ୍ଦ କରି ଦେଇଛି। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରାମର୍ଶ ଦେବାର ଦିନକ ପରେ ବୈଦେଶିକ ମନ୍ତ୍ରାଳୟ ପ୍ରଥମ ପର୍ଯ୍ୟାୟରେ ଏହି ୫ ଜଣ ପ୍ରବାସୀ ଭାରତୀୟଙ୍କର ପାସପୋର୍ଟକୁ ରଦ୍ଦ କରି ଦେଇଥିବା ଜାଣିବାକୁ ମିଳିଛି।

ଫଳରେ ଏବେ ସଂପୃକ୍ତ ପ୍ରବାସୀ ଭାରତୀୟମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହେବେ ଏବଂ ସେମାନଙ୍କ ବିରୋଧରେ ପତ୍ନୀମାନଙ୍କ ଦ୍ୱାରା ଆଗତ ମାମଲାର ସାମନା କରିବେ। ପୂର୍ବରୁ ଏହି ମାମଲାରେ ସେମାନଙ୍କୁ ଭାରତ ଆସିବା ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଉଥିଲେ ମଧ୍ୟ ସେମାନେ ନୋଟିସ ଗୁଡ଼ିକୁ ଫାଙ୍କି ଚାଲିଥିଲେ। ଏପରିକି ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲେ ସୁଦ୍ଧା ସେମାନେ ସେଥିପ୍ରତି କର୍ଣ୍ଣପାତ ନକରିବାରୁ ସେମାନଙ୍କ ବିରୋଧରେ ବର୍ତ୍ତମାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସେହିପରି ବିବାହ ପରେ ପତ୍ନୀମାନଙ୍କୁ ନିଜ ସହ ବିଦେଶ ନେଇଯାଇ ସେଠାରେ ଅଣଦେଖା କରି ପକାଇ ଦେଉଥିବା ପ୍ରବାସୀ ଭାରତୀୟମାନଙ୍କ ବିରୋଧରେ ମଧ୍ୟ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୈଦେଶିକ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ୧ ଜାନୁଆରି ୨୦୧୫ରୁ ୩୦ ନଭେମ୍ବର ୨୦୧୭ ମଧ୍ୟରେ ବୈଦେଶିକ ମନ୍ତ୍ରାଳୟ ୩,୩୨୮ଟି ଅଭିଯୋଗ ପାଇଥିଲେ, ଯେଉଁଥିରେ ପ୍ରବାସୀ ଭାରତୀୟମାନେ ବିବାହ ପରେ ପତ୍ନୀମାନଙ୍କୁ ବିଦେଶକୁ ନେଇଯାଇ ସେଠାରେ ପରିତ୍ୟକ୍ତ କରି ପକାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe