ଓଡିଶା ପାଇଁ ଚିନ୍ତା ବଢାଇଲା ଯାଜପୁର । ପୁଣି ଯାଜପୁରରେ ଚିହ୍ନଟ ହେଲେ ୫ କରୋନା ଆକ୍ରାନ୍ତ । ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୯୯, ଯାଜପୁରରେ ୧୭କୁ ବୃଦ୍ଧି

2,657

କନକ ବ୍ୟୁରୋ: ଓଡିଶା ପାଇଁ ଚିନ୍ତା ବଢାଇଲା ଯାଜପୁର । ପୁଣି ଯାଜପୁରରେ ୫ ପଜିଟିଭ । ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର । ନୂଆ ଆକ୍ରାନ୍ତ ନେଇ ସୂଚନା ଦେଲା ଜିଲ୍ଲା ପ୍ରଶାସନ ।

ତେବେ ଦଶରଥପୁର କଟିକଟା ଗାଁର ୪ ଜଣ ଆକ୍ରାନ୍ତ ଥିବା ବେଳେ ସେହି ବ୍ଲକର ମଲ୍ଲିକାପୁର ଗାଁର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ୫ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁର ଜିଲ୍ଲାର ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭ରେ ପହଞ୍ଚିଲା । ସେପଟେ ଯାଜପୁରର ଆଉ ୫ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଲା ।

ଅନ୍ୟପଟେ ଆଜି ସୁନ୍ଦରଗଡରେ ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ରାଜ୍ୟର ମୋଟ ୧୦ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୫ ଜିଲ୍ଲା ପୂରା କରୋନା ମୁକ୍ତ ଅଛି । ପୁରୀ, କଟକ, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ କରୋନା କବଳରୁ ମୁକ୍ତ ହୋଇଛି ।