କନକ ବ୍ୟୁରୋ: ଉଦ୍ଧାର ହେଲେ ଢେଙ୍କାନାଳ ସପ୍ତଶଯ୍ୟା ଜଙ୍ଗଲ ବୁଲିବାକୁ ଯାଇ ନିଖୋଜ ଥିବା ୫ଜଣ ଛାତ୍ର । ଜଙ୍ଗଲ ନିକଟ ଏକ ସ୍ପିରିଟ୍ କାରଖାନା ନିକଟରୁ ନିଖୋଜ ଛାତ୍ରମାନଙ୍କୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ସମସ୍ତ ୫ ଜଣଛାତ୍ରଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବନ ବିଭାଗ ।
ରାତି ତମାମ ବନ ବିଭାଗ ଓ ପୋଲିସର ସର୍ଚ୍ଚ ଅପରେସନ ପରେ ଛାତ୍ର ମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତ କାଲି ୫ ଜଣ ଛାତ୍ର ସପ୍ତଶଯ୍ୟାକୁ ବୁଲିବାକୁ ଯାଇ ନିଖୋଜ ହୋଇଥିଲେ । ଉଦ୍ଧାର ହୋଇଥିବା ଛାତ୍ର ମାନେ କଟକ ଲିଙ୍କ ରୋଡର ହିମାଂଶୁ ଦାଶ, ସୁଜିତ ସାହୁ ଅରଖିତ ମହାପାତ୍ର, ଶୁଭମ୍ ମହାପାତ୍ର ଓ ଲକି ଦାଶ । ରବିବାର ସକାଳେ ଏହି ୫ ଜଣ ଛାତ୍ର ସପ୍ତଶଯ୍ୟା ମନ୍ଦିର ଦର୍ଶନ କରିବା ସହ ନିକଟସ୍ଥ ଜଙ୍ଗଲକୁ ଫଟୋ ଉଠାଇବାକୁ ଯାଇଥିଲେ । ଏହା ପରଠାରୁ ସେମାନେ ଆଉ ଫେରିନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/2.jpg)