source : Hellenic Laser Spa
ଅନେକ ଲୋକ ଏବେ ଟିବିର ଆଶଙ୍କାରେ ଜର୍ଜରିତ ।ଏହି ସଂକ୍ରମଣର ଚିନ୍ତା ଅନେକଙ୍କୁ ଘାରିଛି। ଯଦି ଏଥିରୁ ରକ୍ଷା ପାଇବା ଚାହାଁନ୍ତି, ତେବେ ପ୍ରତିଦିନ ଦିନରେ ଅତିକମରେ ପାଞ୍ଚ ମିନିଟ୍ ଖରାରେ ରହନ୍ତୁ। ଏହାକଲେ ଆପଣ ନୀରୋଗ ବି ରହିବେ।
ଲକ୍ଷ୍ନୌରେ ଅନୁଷ୍ଠିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସାଇନ୍ସ ଫେଷ୍ଟିଭାଲ(ଆଇ ଆଇ ଏସ ଏଫ)ର ହେଲଥ କନକ୍ଲେଭରେ କିଙ୍ଗସ ଜର୍ଜ ମେଡିକାଲ୍ ୟୁନିଭର୍ସ ୟୁନିଭର୍ସିଟିର ରେସ୍ପିରେଟୋରି ମେଡିସିନର ମୁଖ୍ୟ ଡାକ୍ତର ସୂର୍ଯ୍ୟକାନ୍ତ କହିଛନ୍ତି ଯେ,ଖରାରେ ରହିଲେ ଟିବି ବ୍ୟାକ୍ଟେରିଆ ମରିଯାଆନ୍ତି।
ଏକ ତଥ୍ୟରୁ ଜଣାଯାଇଛି ଯେ ଭାରତରେ ଏବେ ପ୍ରାୟ ୩୨ ଲକ୍ଷ ଟିବି ରୋଗୀ ଅଛନ୍ତି। ପ୍ରତି ତିନି ମାସରେ ରକ୍ତଦାନ କରିବା ଉଚିତ। ଏହା ଫଳରେ ରକ୍ତର ମୋବିଲିଟି ବଢ଼ିଥାଏ ଓ ହୃଦଘାତର ଆଶଙ୍କା ମଧ୍ୟ ପାଞ୍ଚ ପ୍ରତିଶତ ହ୍ରାସ ପାଇଥାଏ। ଏଣୁ ଉପରୋକ୍ତ ଦିଗପ୍ରତି ଧ୍ୟାନ ଦେଲେ ଟିବି ସଂକ୍ରମଣର ଆଶଙ୍କା ସଂପୁର୍ଣ୍ଣ ଭାବେ କମିଯାଇଥାଏ।
Follow Us