କନକ ବ୍ୟୁରୋ: ଝାଡ଼ଖଣ୍ଡରେ ବିଜୟାଦଶମୀ ଅବସରରେ ଚାରିଆଡେ ଉତ୍ସବମୁଖର ଥିବା ବେଳେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖ ଘଟଣା ସାମ୍ନାକୁ ଆସିଛି। ତେବେ ଏହି ଘଟଣା ସେଲଫି ନେବା ହେତୁ ଘଟିଥିବା ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ପଥଚାରୀ କହିଛନ୍ତି।

Advertisment

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଝାଡ଼ଖଣ୍ଡର ଦେବଘର ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ କାର ଦୁର୍ଘଟଣାଗସ୍ତ ହୋଇ ପୋଲରୁ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।

ପେଷାରେ ଇଞ୍ଜିନିୟର ଥିବା ଜଣେ ବ୍ୟକ୍ତି ସେଲଫି ନେବା ପାଇଁ ଗାଡ଼ି ଚଲାଇବାକୁ ଚାଳକଙ୍କୁ କହିଥିଲେ। ଚାଳକ ଏହାପରେ ସିଟରୁ ଉଠି ଇଞ୍ଜିନିୟରଙ୍କୁ ଗାଡ଼ି ଚଲାଇବାକୁ ଛାଡ଼ି ପାଖ ସିଟରେ ବସିଥିଲେ। ତେବେ ଇଞ୍ଜିନିୟର ଗାଡ଼ି ଚଲାଉଥିବା ବେ‌ଳେ ଭାରସାମ୍ୟ ହରାଇ ଦେଇଥିଲେ। ଫଳରେ ଗାଡ଼ି ଦୁର୍ଘଟଣାଗସ୍ତ ହୋଇ ପୋଲ ଉପରୁ ତଳକୁ ପଡ଼ି ଯାଇଥିଲା। ପୋଲ ତଳେ ପାଣିଥିବାରୁ ଗାଡ଼ିରେ ପାଣି ପଶି ଯାଇଥିଲା। ଫଳରେ ଇଞ୍ଜିନିୟରଙ୍କ ସମେତ ୫ଜଣ ପରିବାର ସଦସ୍ୟଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ସୌଭାଗ୍ୟବଶତଃ ଚାଳକଙ୍କ ଏହି ଦୁର୍ଘଟଣାରେ ଜୀବନ ବଞ୍ଚିଯାଇଥିଲା। ପୁଲିସ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଗାଡ଼ି ଭିତରୁ ଚାଳକଙ୍କୁ ଗୁରୁତର ଅବସ୍ଥାରେ ବାହାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା।