ଛାତିଥରାଇ ଦେବ, ଆଖି ଲୁହରେ ଓଦା ହୋଇଯିବ । ୫ ମୃତଦେହ ସହ ୫ ଦିନ ଘରେ କାନ୍ଦୁଥିଲା ଶିଶୁ, ଆଉ ତାପରେ…

374

କନକ ବ୍ୟୁରୋ : ଘରୋଇ କଳିର କରୁଣ ପରିଣତି, କର୍ଣ୍ଣାଟକରୁ ଆସିଛି ହୃଦୟ ବିଦାରକ ଘଟଣା । ଯେଉଁଠି ଘର ଭିତରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକଙ୍କ ମଧ୍ୟରେ ୯ ମାସର ଏକ ଶିଶୁ ରହିଥିବା ବେଳେ ବାକି ୪ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଏହି ଘରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । କାରଣ ୫ ଦିନ ୫ ମୃତଦେହ ସହ ରହିବା ପରେ ମଧ୍ୟ ଜଣେ ଅଢେଇ ବର୍ଷର କୁନି ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, କର୍ଣ୍ଣାଟକର ବୟାଦରହଲ୍ଲୀ ଅଞ୍ଚଳରେ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ।ଯେଉଁଠି ଘର ଭିତରୁ ପୋଲିସ ୪ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଓ ୯ ମାସର କୁନି ଶିଶୁର ମୃତଦେହକୁ ଖଟ ଉପରୁ ଉଦ୍ଧାର କରିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିବା ବେଳେ ଘରୋଇ କଳିରୁ ପରିବାରର ସଦସ୍ୟ ଆତ୍ମହତ୍ୟା କରିଥିବା କହିଛି । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଘରର ମୁଖ୍ୟ ଶଙ୍କର ଏ ବାବଦରେ ପୋଲିସକୁ ସୂଚନା ଦେଇଥିଲେ ।

ଶଙ୍କରଙ୍କ କହିବା ଅନୁଯାୟୀ, ସ୍ୱାମୀ ସହ ଝଗଡା କରି ଝିଅ ସିଞ୍ଚନା ବାପଘରକୁ ଚାଲି ଆସିଥିଲେ । ତେବେ ଏହାର ସମାଧାନ କରିବାକୁ ବାହାରିବାରୁ ଝିଅ ସପକ୍ଷରେ ବାହାରିଥିଲେ ତାଙ୍କ ପତ୍ନୀ ଭାରତୀ । ପୁଣିଥରେ ଶାଶୁ ଘରକୁ ଯିବାକୁ ଶଙ୍କର ଝିଅକୁ କହିଥିଲେ ମଧ୍ୟ ପତ୍ନୀ ଭାରତୀ ଝିଅକୁ ନିଜ ଘରେ ଅଟକାଇ ରଖିଥିଲେ । ଯାହାକୁ ନେଇ ଘରେ ଝଗଡା ହୋଇଥିବା କହିଛନ୍ତି ପଡୋଶୀ । ଆଉ ଏହାପରେ ଶଙ୍କର ଘରୁ ବାହାରି ଚାଲି ଯାଇଥିଲେ । କିନ୍ତୁ ରାଗ ଶାନ୍ତ ହେବା ପରେ ଯେତେବେଳେ ଘରକୁ ଫୋନ୍ କଲେ ସେତେବେଳେ ଘରେ କେହି ଫୋନ୍ ଉଠାଇନଥିଲେ । ଲଗାତାର ୩ ଦିନ ହେବ ଫୋନ୍ କରୁଥିଲେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ ଶେଷରେ ଘରେ ପହଞ୍ଚିଥିଲେ ଶଙ୍କର । କିନ୍ତୁ ଘର ଖୋଲି ଶଙ୍କର ଯାହା ଦେଖିଥିଲେ ତାହା ତାଙ୍କୁ କିଛି ସମୟ ପାଇଁ ହତବାକ କରି ଦେଇଥିଲା । କାରଣ ଘରେ ତାଙ୍କ ପତ୍ନୀ, ଦୁଇ ଝିଅ ଓ ପୁଅଙ୍କ ସମେତ ୯ ମାସର ନାତୁଣୀଙ୍କ ମୃତଦେହ ପଡିଥିଲା । କେବଳ ଅଢେଇ ବର୍ଷର ନାତୁଣୀ ଜୀବିତ ଥିଲେ । ଯାହାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯିବା ହସ୍ପିଟାଲକୁ ପଠାଯାଇଥିଲା ।

ପୁଲିସ ଅଧିକାରୀ ସଞ୍ଜୀବ ଏମ୍‌. ପାଟିଲ୍‌ କହନ୍ତି, ଘର ଭିତରୁ ଆମେ ୫ଟି ଶବ ପାଇଛୁ। ଘରୁ ଜୀବିତ ଅବସ୍ଥାରେ ଜଣେ ଅଢେଇ ବର୍ଷର ଶିଶୁକୁ ଉଦ୍ଧାର କରିଛୁ। ଆମେ ମୃତ୍ୟୁର କାରଣ ଜାଣିନାହୁଁ। ଗଳିତ ହୋଇ ଆସୁଥିବା ଶବମାନଙ୍କ ମଧ୍ୟରୁ ଆମେ ସେ ପିଲାଟିକୁ ଉଦ୍ଧାର କରିଛୁ।