କନକ ବ୍ୟୁରୋ: ସୁନା ଦୋକାନରେ ପଶି ଲୁଟ୍ପାଟ କରିଛନ୍ତି ମୁଖାପିନ୍ଧା ଲୁଟେରା । ସମ୍ବଲପୁର ମାନେଶ୍ୱର ଛକରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ହୋଇଛି । ୫ ଜଣ ମୁଖାପିନ୍ଧା ଦୁର୍ବୃତ ୨ଟି ବାଇକ୍ରେ ଆସି ହଠାତ୍ ସୁନା ଦୋକାନ ଭିତରେ ପଶିଥିଲେ । ବନ୍ଧୁକ ଦେଖାଇ ଦୋକାନରେ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ଡରାଇ ପ୍ରାୟ ୩ଶହ ଗ୍ରାମର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Advertisment

ସବୁ ଦିନ ଭଳ ଆଜି ସକାଳୁ ମାନେଶ୍ୱର ଛକରେ ଥିବା ସୁନା ଅଳଙ୍କାର ଦୋକାନ ଖୋଲିଥିଲା । ଗ୍ରାହକ ମଧ୍ୟ ଆସୁଥିଲେ । ଦୋକାନ ଖୋଲିବାର ମାତ୍ର ଅଳ୍ପ କେଇ ଘଂଟା ଭିତରେ ଦୋକାନ ଭିତରକୁ ପଶିଥିଲେ ମୁଖା ଓ ହେଲମେଟ୍ ପିନ୍ଧା ଦୁର୍ବୃତ । କର୍ମଚାରୀଙ୍କୁ ଭିୟଭିତ କରି ଦୋକାନରେ କଳାକନା ବୁଲାଇ ଦେଇଛନ୍ତି । ଲୁଟ୍ ବେଳର ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଲୁଟ୍ ସଂପର୍କରେ ଖବର ପାଇ ସଦର ପୋଲିସ ଓ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଚଳାଇଛନ୍ତି ।

ରାଜ୍ୟରେ ମାତିଛନ୍ତି ଲୁଟେରା । କି ଦିନ କି ରାତି କିଛି ବି ଫରକ ପଡୁନି । ଅସ୍ତ୍ରଶସ୍ତ୍ର ଧରି ସ୍ପଷ୍ଟ ଦିବାଲୋକରେ ସମ୍ବଲପୁରରେ ଡକାୟତି କରାଯାଉଛି । ଯାହା ରାଜ୍ୟରେ ଆଇନ୍ଶୃଙ୍ଖଳା ପରିସ୍ଥିତି ଓ ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି ।