ଉତ୍ତରାଖଣ୍ଡକୁ ଦୋହଲାଇ ଦେଇଥିବା ୫ଟି ବଡ଼ ବିପର୍ଯ୍ୟୟ । ଯାଇଛି ହଜାର ହଜାର ଲୋକଙ୍କ ଜୀବନ

Advertisment
ଉତ୍ତରାଖଣ୍ଡକୁ ଦୋହଲାଇ ଦେଇଥିବା ୫ଟି ବଡ଼ ବିପର୍ଯ୍ୟୟ । ଯାଇଛି ହଜାର ହଜାର ଲୋକଙ୍କ ଜୀବନ

ପ୍ରାକୃତିକ ବିପର୍ଯ୍ୟୟ ଦେବଭୂମି ଉତ୍ତରାଖଣ୍ଡକୁ ଅନେକ ସମୟରେ ଦୋହଲାଇ ଦେଇଛି । ଏହା ପୂର୍ବରୁ ଉତ୍ତରାଖଣ୍ଡର କେଦାରନାଥ ବିପର୍ଯ୍ୟୟ ରାଜ୍ୟ ପାଇଁ ମହା ସଙ୍କଟ ସୃଷ୍ଟି କରିଥିଲା । ତେବେ କେଦାରନାଥ ବିପର୍ଯ୍ୟୟରୁ ସରକାର ଯେଭଳି ଶିକ୍ଷା ଗ୍ରହଣ କରିବା କଥା ତାହା କରିନଥିବାରୁ ଏବେ ଆଉ ଏକ ବିପର୍ଯ୍ୟୟ ରାଜ୍ୟକୁ ଦୋହଲାଇ ଦେଇଛି । ଗ୍ଲାସିୟର ଅଧ୍ୟୟନ କରି ବିହୀତ ପଦକ୍ଷେପ ନେବା ଦୂରର କଥା ଏହାର ମୁହଁରେ ବନ୍ଧ ନିର୍ମାଣ କରି ପ୍ରକୃତି ସହିତ ଯେଉଁ ଅନ୍ୟାୟ ହେଉଛି ତାହା ଗୋଟିଏ ପରେ ଗୋଟିଏ ସଙ୍କଟକୁ ଡାକି ଆଣୁଛି ।
୧୬ ଜୁନ୍‌ ୨୦୧୩ରେ କେଦାରନାଥରେ ଘଟିଥିବା ବନ୍ୟା ବିଭୀଷିକା ସମଗ୍ର ଦେଶକୁ ଆନ୍ଦୋଳିତ କରିଥିଲା। ଏହି ବିପର୍ଯ୍ୟୟରେ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ନିଖୋଜ ହୋଇଯାଇଥିଲେ। ୪୦୦୦ରୁ ଅଧିକ ଗ୍ରାମ ସହିତ ସଂପର୍କ ବିଛିନ୍ନ ହୋଇଥିଲା। ସେତେବେଳେ ସେନା, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଆଇଟିବିପି ଟିମ୍‌ର ବିଶାଳ ଅଭିଯାନ ୯୦ ହଜାର ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲା।

୨୦୨୦ରେ ପିଥୋରଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା ଚୈସର ଗ୍ରାମରେ ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ ଅନେକ ମୃତାହତ ହୋଇଥିଲେ। ୨୦୧୯ରେ ଅଚାନକ ଏକ ନାଳରେ ବନ୍ୟା ଆସି ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା ୨୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଉତ୍ତରକାଶୀରେ ୧୯୯୧ରେ ଆସିଥିବା ଭୂକମ୍ପ ଯୋଗୁଁ ଏହାର ଚଟାଣ ଦୁର୍ବଳ ହୋଇଯାଇଥିଲା। ଏହା ପରେ ଅଧିକ ବର୍ଷା ହେଲେ ଅତଡ଼ା ଧସି ବାରମ୍ବାର ବିପର୍ଯ୍ୟୟ ସୃଷ୍ଟି ହେଉଛି । ୨୦୧୯ରେ ଉତ୍ତରକାଶୀର ଆରାକୋଟରେ ଆସିଥିବା ବନ୍ୟା ବିପର୍ଯ୍ୟୟ ଯୋଗୁଁ ୩୦ ହଜାର ଲୋକ ପ୍ରଭାବିତ ହୋଇଥିଲେ ଏବଂ ନାହିଁ ନଥିବା କ୍ଷୟକ୍ଷତି ଘଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe