ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାକୁ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

295

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ବିଶ୍ୱରେ ୧.୧୩ ଆରବ ଲୋକ ହାଇପରଟେନସନ୍ ଅର୍ଥାତ ଉଚ୍ଚ ରକ୍ତଚାପ ରୋଗରେ ଶିକାର ହୋଇଛନ୍ତି । ଅସନ୍ତୁଳିତ ଜୀବନଶୈଳୀ କାରଣରୁ ପୂର୍ବ ୩୦ ବର୍ଷ ମଧ୍ୟରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ସେହି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଉ ଏକ ରିପୋର୍ଟ ମୁତାବକ ବିଶ୍ୱରେ ୭୦ କୋଟି ଲୋକ ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା କରି ନଥାନ୍ତି । ସେମାନଙ୍କ ମଧ୍ୟରେ ଅଧିକ ଲୋକ କେବଳ ଭାରତରେ ରହିଛନ୍ତି । ଏଚଟିର ଖବର ମୁତାବକ ଭାରତରେ ୩୦ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ । କହିରଖୁ କି ଯେବେ ରକ୍ତନଳୀରେ ଚର୍ବି ଜମି ରକ୍ତ ପ୍ରବାହରେ ବାଧା ସୃଷ୍ଟି କରେ,ସେତେବେଳେ ଲୋକଙ୍କୁ ଉଚ୍ଚ ରକ୍ତଚାପ ଶିକାର କରିଥାଏ । ଏହାଦ୍ୱାରା ପୁରା ଶରୀରରେ ରକ୍ତ ପ୍ରବାହ ସ୍ୱାଭାବିକ ହୋଇପାରେ ନାହିଁ ଓ ହୃଦୟ ଉପରେ ଏହାର ଚାପ ପଡିଥାଏ । ଅସନ୍ତୁଳିତ ଖାଦ୍ୟ ଓ ପାନୀୟ, ମୋଟା ଶରୀର, ମଧୁମେହ ଓ ମୁତ୍ରାଶୟ ଖରାପ ହେବା କାରଣରୁ ବି ଅନେକ ସମୟରେ ଉଚ୍ଚ ରକ୍ତଚାପ ହୋଇଥାଏ ।

ଏଭଳି ରୋଗର ନିରାକରଣ ପାଇଁ ସର୍ବ ପ୍ରଥମେ ଖାଦ୍ୟ ପାନୀୟ ଉପରେ ନଜର ଦେବାକୁ ପଡିବ । ମୁଖ୍ୟତ ଖାଦ୍ୟରେ ସବୁଜ ପନି ପରିବା, ଫଳ, ବାଦାମ ଭଳି ଖାଦ୍ୟକୁ ସାମିଲ କରିବାକୁ ପଡିବ   । ଅନ୍ୟପଟେ ଫାଷ୍ଟ ଫୁଡ ଓ ଜଙ୍କ ଫୁଡ ଭଳି ଖାଦ୍ୟ ଠାରୁ ଦୂରେଇ ରହିବା ଭଲ । ଏଣୁ ଉଚ୍ଚ ରକ୍ତଚାପ ଥିବା ରୋଗୀ ଓ ଏଥିରୁ ବଞ୍ଚିବାକୁ ଚାହୁଁଥିବା ଲୋକମାନେ ଖାଦ୍ୟରେ ପୁଷକ ତତ୍ୱ ଭରପୁର ଓ କମ ଫ୍ୟାଟ ଥିବା ଖାଦ୍ୟ ସାମିଲ କରିବା ଜରୁରୀ ।

ଖାଦ୍ୟରେ ମୁଖ୍ୟତ କମଳା, ମୌସୁମୀ, ଲେମ୍ବୁ ଭଳି ସାଇଟ୍ରସ ଫଳକୁ ସାମିଲ କରନ୍ତୁ । ଏହି ଫଳଗୁଡିକରେ କ୍ୟାଲୋରୀ ଓ ସୋଡିୟମ ବହୁତ କମ୍ ଥିବାରୁ ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବହୁ ଉପକାରୀ । ଅନ୍ୟପଟେ ଏହି ଫଳଗୁଡିକରେ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ଥିବାରୁ ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ସହ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

କଖାରୁ ମଞ୍ଜି, ଲିନ୍ ସିଡ ମଞ୍ଜିରେ ବି ଅନେକ ପୋଷକ ତତ୍ତ୍ୱ ଥାଏ । ସେଗୁଡିକ ଖାଇବା ଦ୍ୱାରା ମଧ୍ୟ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଆର୍ଗିନାଣ୍ଡ ଆମିନୋ ଏସିଡ ଥିବାରୁ ଏହା ମଧ୍ୟ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହାସହ ଏସବୁରେ ଆମିନୋ ଏସିଡ ଥିବାରୁ ତାହା ରକ୍ତନଳୀକୁ ଚିକ୍କଣ ରଖେ ।

ସେହିଭଳି ପାଳଙ୍ଗ ଓ ବନ୍ଧାକୋବିରେ ଆଣ୍ଟି ଅକ୍ସିଡାଣ୍ଟ , ପୋଟାସିୟମ, ମ୍ୟାଗ୍ନେସିୟମ ଓ କ୍ୟାଲିସିୟମ ଥାଏ । ଯାହା ମେଟାବୋଲିଜିମ୍ ପ୍ରକ୍ରିୟାକୁ ସନ୍ତୁଳିତ କରିଥାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ପାଳଙ୍ଗ ଓ ବନ୍ଧାକୋବି ବେସ୍ ଉପକାରୀ ।

ଅନ୍ୟପଟେ ଡାଲି ଓ ବିନ୍ସ ହେଉଛି ଫାଇବର, ମ୍ୟାଗ୍ନେସିୟମ ଓ ପୋଟାସିୟମର ଷ୍ଟୋର । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ରକ୍ତଚାପ ହ୍ରାସ କରିବାରେ ବିନ୍ସ ଓ ଡାଲି ଭଲ କାମ କରିଥାଏ ।