କନକ ବ୍ୟୁରୋ: ପୋଲିସକୁ ଦେଖି ଡରିଯିବା ହୁଏତ ସାଧାରଣ କଥା ହୋଇପାରେ କିନ୍ତୁ ପୋଲିସକୁ ଦେଖି ଆତ୍ମହତ୍ୟା କରିଦେବା କଥାଟା ଶୁଣିଲେ ଟିକେ ଅଡୁଆ ଲାଗେ । ହେଲେ ଏକଥା ସତ । ସୁଇଜରଲ୍ୟାଣ୍ଡ ମୋନଟ୍ରେକ୍ସ ସହରରେ ରହୁଥିବା ଫ୍ରାନ୍ସର ଏକ ପରିବାରର ୫ଜଣ ସଦସ୍ୟ ୭ ମହଲା ବିଲ୍ଡିଂର ବାଲକୋନିରୁ ଡେଇଁପଡିଛନ୍ତି ।
ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନାବାଳକ ଜଣକ ଗୁରୁତର ଅବସ୍ଥାରେ ଚିକିିତ୍ସିତ ହେଉଛନ୍ତି । ଗୁରୁବାର ଏପରି ଅଭାବନୀୟ ଘଟଣା ଘଟିଛି । ଖବର ମୁତାବକ, ଏକ ୱାରେଣ୍ଟ ଜାରି କରିବା ଲାଗି ୨ଜଣ ପୋଲିସ ଅଫିସର ସେମାନଙ୍କ ଘରର କବାଟ ବାଡେଇଥିଲେ । ପରିବାର ସଦସ୍ୟ କବାଟ ନଖୋଲି ପଛପଟ ବାଲକୋନିରୁ ତଳକୁ ଡେଇଁପଡିଥିଲେ । କ’ଣ ପାଇଁ ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେନେଇ କୌଣସି ସଠିକ ୍କାରଣ ଜଣାପଡିନାହିଁ ।