ପୂର୍ବ ସପ୍ତାହରେ ଦକ୍ଷିଣ କୋରିଆରେ ମହାମାରୀ ପାଇଁ ଟୀକା ନେଇ ୫ ଜଣଙ୍କର ମୃତ୍ୟୁ ହୋଉଛି । ମହାମାରୀ ପାଇଁ ଟୀକାକରଣ ଚାଲୁଥିବା ବେଳେ ଏଭଳି ଅଘଟଣ ଘଟିଛି

1,087

କନକ ବ୍ୟୁରୋ : ପୂର୍ବ ସପ୍ତାହରେ ଦକ୍ଷିଣ କୋରିଆରେ ଥଣ୍ଡା ପାଇଁ କରାଯାଉଥିବା ଟୀକାକରଣ ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁୁ ନେଇ ସେଠିକାର ସରକାର ଟୀକାକରଣକୁ ସ୍ଥଗିତ ରଖିଛନ୍ତି । ଏପଟେ ଟୀକାକରଣ ଡେରି ହେଉଥିବାରୁ ଲୋକଙ୍କ ଚିନ୍ତା ବଢିଛି ।
ଅଧିକାରୀ କହିଛନ୍ତି କି ଏହା ସ୍ପଷ୍ଟ ହୋଇନାହିଁ କି ଟୀକା ନେବା ପରେ ସେମାନଙ୍କର ମୃତ୍ୟୁ ହୋଇଛି । ମୃତକ ମାନଙ୍କର ପୋଷ୍ଟମଟର୍ମ ରିପୋର୍ଟକୁ ନେଇ ଏବେ ଯାଂଚ ଚାଲିଛି । ଦକ୍ଷିଣକୋରିଆ ଉପ- ସ୍ୱାସ୍ଥ୍ୟମନ୍ତ୍ରୀ କିମ୍ ଗ୍ୟାଙ୍ଗ୍ –ଲିପ୍ ଗଣମାଧ୍ୟମକୁ କହିଛନ୍ତି କି ଏନେଇ କିଛି ସ୍ପଷ୍ଟ କରାଯାଇ ପାରିବ ନାହିଁ । କାରଣ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷିୟ ବୃଦ୍ଧ ରହିଥିବା ବେଳେ ଜଣେ ୧୭ ବୟସ୍କ ବାଳକର ବି ମୃତ୍ୟୁ ହୋଇଛି ।
ଦକ୍ଷିଣକୋରିଆର ରାଜଧାନୀ ସିଓଲ ନିକଟ ଇଂଚାନ ଅଞ୍ଚଳରେ ଜଣେ ୧୭ ବର୍ଷର ବାଳକର ମୃତ୍ୟୁ ହୋଇଛି । ଟୀକା ନେବାର ଦୁଇଦିନ ପରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଧିକାରୀ କହିଛନ୍ତି କି ଟୀକା ନେବା ପରେ ଏହା ଦେଶର ପ୍ରଥମ ମୃତ୍ୟୁ ହୋଇଥିଲା । ଦକ୍ଷିଣକୋରିଆର ଜିଓଙ୍ଗସଙ୍ଗ ନିକଟଠ ଡେଙ୍ଗୁ ସହରରେ ଜଣେ ୭୦ ବର୍ଷର ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବୃଦ୍ଧ ଜଣଙ୍କ ଟୀକା ନେବାର ଠିକ୍ ଗୋଟିଏ ଦିନପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ପାର୍କିନସଂସ ଓ ଆରିଥମିଆ ରୋଗରେ ପୀଡିତ ଥିଲେ । ଡେଙ୍ଗୁ ଅଧିକାରୀ କହିଛନ୍ତି କି ବୃଦ୍ଧ ଜଣଙ୍କ ୨୦୧୫ ରୁ ପ୍ରତିବର୍ଷ ଏହି ଟୀକା ନେଉଥିଲେ । ହେଲେ ତାଙ୍କର କୌଣସି ଅସୁବିଧା ହେଉ ନଥିଲା ।
ଦକ୍ଷିଣକୋରିଆ ସରକାର ପୂର୍ବମାସରେ ଅଧିକ ଟୀକା କିଣିବାକୁ ଯୋଜନା କରିଥିଲେ । ପୂର୍ବବର୍ଷ ତୁଳନାରେ ଏବର୍ଷ ସରକାର ୨୦ ପ୍ରତିଶତ ଟୀକା କିଣାଯାଇଥା’ନ୍ତା । ଯାହାକି ଦେଶର ୩୦ ମିଲିୟନ ଲୋକଙ୍କୁ ଟୀକାକରଣ କରାଯାଇଥା’ନ୍ତା । ହେଲେ ଟୀକାକରଣ ଆରମ୍ଭରୁ ଏଭଳି ପରିସ୍ଥିତି ଦେଖା ଦେବାରୁ ଏହାକୁ ସ୍ଥଗିତ ରଖାଯାଇଛି ।