କନକ ବ୍ୟୁରୋ: ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ହରଦା ଜିଲ୍ଲାର ବେରାଗଡ଼ ଅଞ୍ଚଳରେ ଥିବା ବାଣ କାରଖାନାରେ ଭୟାବହ ବିସ୍ଫୋରଣ ହୋଇଛି । କାରଖାନା ଭିତରେ ଅନେକ ଲୋକ ଫସିଥିବାର ସନ୍ଦେହ କରାଯାଉଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକିଛନ୍ତି । ବାଣ କାରଖାନାର ଆଖପାଖରେ ଥିବା ପ୍ରାୟ ୬୦ଟି ଘର ପ୍ରଭାବିତ ହୋଇଛି । ନିକଟରେ ଥିବା ପ୍ରାୟ ଶହେଟି ଘରକୁ ଖାଲି କରିଛି ପ୍ରଶାସନ । ବାଣ କାରଖାନା ଭିତରେ ଲଗାତାର ଭାବେ ବିସ୍ଫୋରଣ ହେଉଥିବା ଦେଖିବାକୁ ମିିଳିଛି । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ଏନଡିଆରଏଫ ଓ ଏସଡିଆରଏଫକୁ ଘଟଣାସ୍ଥଳକୁ ପଠାଯାଇଛି ।
ମଧ୍ୟପ୍ରଦେଶ ହରଦାରେ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ୬ ଜଣଙ୍କ ମୃତ୍ୟୁ, ୬୦ରୁ ଅଧିକ ଆହତ
/kanak/media/post_attachments/wp-content/uploads/2024/02/fire.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)