କନକ ବ୍ୟୁରୋ : ଅକ୍ଟୋବର ୧ରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଫାଇଭ-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧ ତାରିଖରେ ଏସିଆର ସର୍ବବୃହତ ଟେକ୍ନୋଲୋଜି ପ୍ରଦର୍ଶନୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିବେ । ସରକାରଙ୍କ ନ୍ୟାସନାଲ ବ୍ରଡବ୍ୟାଣ୍ଡ ମିଶନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ଭାରତର ଡିଜିଟାଲ୍ ପରିବର୍ତନ ଓ ସଂଯୋଗକୁ ଏହା ନୂଆ ଶିଖରରେ ପହଂଚାଇବ ବୋଲି କୁହାଯାଉଛି । ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଏସିଆର ସବୁଠାରୁ ବଡ଼ ଟେଲିକମ, ମିଡିଆ ଓ ଟେକ୍ନୋଲୋଜି ଫୋରମ । ଟେଲିକମ ବିଭାଗ ଓ ସେଲୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମିିଳିତ ଭାବେ ଏହାର ଆୟୋଜନ କରୁଛି ।

Advertisment

ଫାଇଭ-ଜି ଟେକ୍ନୋଲୋଜି ଭାରତକୁ ଆସିବା ପରେ ବହୁତ ଫାଇଦା ହେବ । ମୋବାଇଲ୍ ନେଟୱର୍କ ଅପରେଟର୍ସର ପ୍ରତିନିଧିତ୍ୱ କରୁଥିବା ବୈଷୟିକ ଶିଳ୍ପ ସଂସ୍ଥା ୨୦୨୩ରୁ ୨୦୪୦ ମଧ୍ୟରେ ଭାରତୀୟ ଅର୍ଥନୀତି ୩୬ ଦଶମିକ ୪ ଟ୍ରିଲିୟନ୍ ଟଙ୍କା ବା ୪୫୫ ବିଲିୟନ ଡଲାର ଲାଭବାନ ହେବ ବୋଲି ଆଶା ରଖିଛି । ପୂର୍ବରୁ ୧୩ଟି ସହରରେ ୫ଜି ସେବା ଆରମ୍ଭ ହେବା ବୋଲି କୁହାଯାଉଥିଲା । ତେବେ ସେଥିରେ ଭୁବନେଶ୍ୱର କିମ୍ବା ଓଡ଼ିଶାର ଅନ୍ୟ କୌଣସି ସହର ସ୍ଥାନ ପାଇନଥିଲା । କିନ୍ତୁ ପରେ ଯୋଗଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଏହି ସେବା ଉପଲବ୍ଧ ହେବ ।