କନକ ବ୍ୟୁରୋ: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୫ ଜଣଙ୍କ ଜୀବନ ନେଇଛି ମହାମାରୀ । ଫଳରେ ଦିନକରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବା ବେଳେ ୫ ଆକ୍ରାନ୍ତଙ୍କୁ ମୃତ୍ୟୁ ଘଟିଛି । ତେବେ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ମୃତକ ୫ ଜଣଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗଜପତିରୁ ଜଣେ ଏବଂ କନ୍ଧମାଳରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
Regret to report the demise of one Covid positive patient due to other cause.
1. A 59-year old Male of Ganjam district who was also suffering from Hepato Renal Syndrome passed away due to Chronic Liver Disease.
— H & FW Dept Odisha (@HFWOdisha) July 22, 2020
ଅନ୍ୟପଟେ, ଆଜି ଚିହ୍ନଟ ହୋଇଥିବା ୧୦୭୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୩୫୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୮ ଜିଲ୍ଲାରୁ ଏହି ହଜାରେ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଧା ଜିଲ୍ଲାରୁ ୧୨୧ , ରାୟଗଡାରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୭, ମାଲକାନଗିରିରୁ ୬୬, ଜଗତସିଂହପୁରରୁ ୩୫, ଝାରସୁଗୁଡାରୁ ୩୪, କେନ୍ଦ୍ରାପଡାରୁ ୨୪, ସୁନ୍ଦରଗଡରୁ ୨୯ ଆକ୍ରାନ୍ତ ଅଛନ୍ତି ।
Covid-19 Report For 21st July
New Positive Cases: 1078
In Quarantine: 721
Local Contacts: 357(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 10
3. Bargarh: 26
4. Bhadrak: 1
5. Balangir: 6— I & PR Department, Odisha (@IPR_Odisha) July 22, 2020
ଯାଜପୁରରୁ ୨୦, ଗଜପତିରୁ ୨୪, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, ମୟୂରଭଂଜରୁ ୧୩, କେନ୍ଦୁଝର ୧୬, କୋରାପୁଟରୁ ୧୫, ସଂବଲପୁରରୁ ୨୦, ପୁରୀରୁ ୨୮, ସୋନପୁରରୁ ୧୦, ନବରଙ୍ଗପୁରରୁ ୧୭, ବାଲେଶ୍ୱରରୁ ୧୦, ବରଗଡରୁ ୨୬ , ବଲାଙ୍ଗିରରୁ ୬, ବୌଦ୍ଧରୁ ୩, ଢେଙ୍କାନାଳରୁ ୨, ନୟାଗଡରୁ ୫, ଭଦ୍ରକ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୦୭୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୯ ହଜାର ୮୩୫ରେ ପହଁଚିଛି ।