କିଡନୀ ଦେବା ନା’ରେ ସାଢେ ୫ଲକ୍ଷ ଲୁଟ୍ । ଠକକୁ ଗିରଫ କଲା ପୋଲିସ

କିଡନୀ ଦେବା ନା’ରେ ସାଢେ ୫ଲକ୍ଷ ଲୁଟ୍ । ଠକକୁ ଗିରଫ କଲା ପୋଲିସ

indiatoday.in

ଲୋକଙ୍କୁ ଠକିବା ପାଇଁ ଠକ ବାହାର କରୁଛନ୍ତି ନୂଆ ନୂଆ ଫର୍ମୁଲା । କିଡନୀ ଦେବେ କହି ଠକିନେଲେ ସାଢେ ୫ଲକ୍ଷ ଟଙ୍କା । ଏହା କୌଣସି ବାହାର ରାଜ୍ୟର କଥା ନୁହେଁ ଏହି ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

କିଡନୀ ଦେବାକୁ କହି ଜଣେ ବରିଷ୍ଠ ନାଗରିକଙ୍କଠାରୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ନୂଆପଲ୍ଳୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ହିମାଂଶୁ ଭୁଷଣ ନନ୍ଦ। ଅଭିଯୋଗ ଅନୁସାରେ ନୂଆପଲ୍ଲୀ ଏନ୍‍-୩/୭୧ରେ ରହୁଥିବା ପ୍ରତାପଚନ୍ଦ୍ର ମିଶ୍ରଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଛି । କିଡନୀ ପାଇଁ ପରିବାର ଲୋକେ ବିଭିନ୍ନ ବ୍ୟକ୍ତିଙ୍କୁ ଫୋନ୍‌ ଜରିଆରେ ଯୋଗାଯୋଗ କରିଥିଲେ । ୨୦୧୯ ମସିହାରେ ଅଭିଯୁକ୍ତ ହିମାଂଶୁ ପ୍ରତାପଙ୍କ ଘରକୁ ଆସିଥିଲା । କିଡନୀ ଯୋଗାଇ ଦେବାକୁ କହି ୫ ଲକ୍ଷ ୫୦ ହଜାର ଦାବି କରିଥିଲା । ପ୍ରତାପଙ୍କ ପରିବାର ଲୋକେ ରାଜି ହୋଇ ତାକୁ ଟଙ୍କା ଦେଇଥିଲେ। ମାତ୍ର ଟଙ୍କା ନେବା ପରେ ହିମାଂଶୁ ଆଉ ଧରାଛୁଆଁ ଦେଇନଥିଲା। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ୍‌ ଚଳାଇଥିଲା । କିନ୍ତୁ ହିମାଂଶୁ ଫେରାର୍‌ ହୋଇ ଯାଇଥିଲା । ତେବେ ପୁଲିସ ତା ମୋବାଇଲ ଫୋନ୍‌ ନମ୍ବରକୁ ଟ୍ରାକିଂ କରି କରି ଶେଷରେ ତାକୁ ଠାବ କରିବା ସହ ଗିରଫ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe