କନକ ବ୍ୟୁରୋ: କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ,ସ୍ୱାସ୍ଥ୍ୟ ଭଲ ଥିଲେ ସବୁ ରହିବ ଭଲ । ତେଣୁ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ବ୍ୟାୟାମ କରିବା ନିତ୍ୟାନ୍ତ ଆବଶ୍ୟକ । ଯୁବପୀଢି ମାନେ ନିଜର ସ୍ୱାସ୍ଥ୍ୟକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ବ୍ୟାୟାମଶାଳାରେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରୁଛନ୍ତି ଆଉ ଏଥିରୁ ବାଦ ପଡି ନାହାନ୍ତି ବସ୍ତା ବିଧାୟକ । ୭୫ ବର୍ଷ ବୟସରେ ବି ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଛନ୍ତି ନିତ୍ୟାନନ୍ଦ ସାହୁ ।

Advertisment

publive-image

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମୁକୁଳିସି ପଞ୍ଚାୟତରେ ପ୍ରତିଷ୍ଠା ହୋଇଥିବା ବ୍ୟାୟାମଶାଳାରେ ଦେଖିବାକୁ ମିଳିଥିଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ । ୭୫ ବର୍ଷ ବୟସରେ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ବ୍ୟାୟାମଶାଳାରେ ଝାଳ ବୁହାଉଛନ୍ତି ବିଧାୟକ । ନିଜର ପାରମ୍ପାରିକ ପୋଷାକ ଧୋତି ଓ ପଞ୍ଜାବୀ ପିନ୍ଧି ପ୍ୟାଡେଲ୍ସ,ବଟରଫ୍ଲାୟ ,ଡମ୍ବଲ୍ସ ମାରିବା ସହିତ ମେସିନ ସାହାଯ୍ୟରେ ବିଭିନ୍ନ ପ୍ରକାର ଏକ୍ସରସାଇଜ କରୁଛନ୍ତି ନିତ୍ୟାନନ୍ଦ । ଆଉ ଏହା କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ରୋଗ ପ୍ରତିଶେଧକ ଭଳି କାମ କରିବ ବୋଲି ଫିଟନେସ୍ ମନ୍ତ୍ର ଦେଉଛନ୍ତି ବସ୍ତା ବିଧାୟକ ।

publive-image

ମୁକୁଳିସି ପଞ୍ଚାୟତ ପରିସରରେ ଓଡିଶା ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ୨ ଲକ୍ଷ ଟଙ୍କା ଅଟକଳରେ ନିର୍ମାଣ କରାଯାଇଛି ଏକ ବ୍ୟାୟାମଶାଳା ଆଉ ଏହି ବ୍ୟାୟାମଶାଳାରେ ବ୍ୟାୟାମ କରିବା ପାଇଁ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଲାଗୁଛି ଲୋକ ୃମାନଙ୍କ ଭିଡ । ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏଠାକୁ ଆସି ମେସିନ ସାହାଯ୍ୟରେ ବିଭିନ୍ନ ପ୍ରକାର ଏକ୍ସରସାଇଜ୍ କରୁଛନ୍ତି । ତେବେ ଏହା ଦେୟମୁକ୍ତ ହୋଇଥିବାରୁ ଲୋକଙ୍କୁ ଆଉ କୌଣସି ଘରୋଇ ଜିମକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁ ନାହିଁ ।

publive-image

ତେବେ ଯଦି ପ୍ରତି ପଞ୍ଚାୟତରେ ଏଭଳି ଦେୟ ମୁକ୍ତ ବ୍ୟାୟାମଶାଳା ନିର୍ମାଣ କରାଯାଇପାରନ୍ତା ତାହା ହେଲେ ଗ୍ରାମାଞ୍ଚଳର ଲୋକେ ଏହାଦ୍ୱାରା ବେଶ୍ ଉପକୃତ ହୋଇ ପାରନ୍ତେ ବୋଲି ବୃଦ୍ଧିଜୀଜୀମାନେ ମତ ଦେଇଛନ୍ତି ।