କନକ ବ୍ୟୁରୋ: ବ୍ରାଜିଲର ଇନ୍‌ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍‌ ରହିବାର ମନ୍ତ୍ର ଦେଉଥିଲେ। କିନ୍ତୁ ସେ ମାତ୍ର ୩୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଗଲେ ।
ବୋର୍ଗସଙ୍କ ମୃତ୍ୟୁ ଦୁଇଥର ହୃଦଘାତର ଶିକାର ହେବାପରେ ହୋଇଛି ବୋଲି କୁହାଯାଉଛି। ଏକସପ୍ତାହ ହସ୍ପିଟାଲରେ ଭର୍ତ୍ତି ରହିବ‌ା ପରେ ଗତ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକ ସୂଚନା ଦେଇ କହିଛନ୍ତି। ବୋର୍ଗସଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଲାରିସା ବୋର୍ଗସ ଅଗଷ୍ଟ ୨୦ରେ ଗ୍ରାମାଡୋ ଯାଉଥିଲେ। ଏହି ସମୟରେ ସେ ହୃଦଘାତରେ ପୀଡିତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ସମୟରେ ସେ କୋମାକୁ ଚାଲିଯାଇଥିଲେ। ଏତିକି ବେଳେ ସେ ପୁଣିଥରେ ହୃଦଘାତରେ ପୀଡିତ ହୋଇଥିଲେ । ଦ୍ବିତୀୟଥର ହୃତଘାତ ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବୋର୍ଗସଙ୍କ ମୃତ୍ୟୁକୁ ଆମେ ଏଯାବତ ବି ବିଶ୍ବାସ କରି ପାରୁନାହୁଁ। ତାଙ୍କୁ ହରାଇ ‌କେମିତି ବଞ୍ଚିବୁ ବୁଝି ପାରୁନାହୁଁ। ସମଗ୍ର ବିଶ୍ୱକୁ ସେ ସବୁବେଳେ ଫିଟ୍‌ ରହିବାର ମନ୍ତ୍ର ଦେଉଦେଉ ନିଜ ଏତେ କମ ବୟସ‌ରେ ଆରପାରିକୁ ଚାଲିଗଲେ।