ପାରାଦୀପ ମୁହାଣରେ ଫସିଲା ମାଛଧରା ଟ୍ରଲର: ବାଲିଚରରେ ଡଙ୍ଗା ଫସିଯିବାରେ କୂଳକୁ ଆସିପାରୁ ନାହାନ୍ତି ୮ଜଣ ମତ୍ସ୍ୟଜୀବୀ

Advertisment
ପାରାଦୀପ ମୁହାଣରେ ଫସିଲା ମାଛଧରା ଟ୍ରଲର: ବାଲିଚରରେ ଡଙ୍ଗା ଫସିଯିବାରେ କୂଳକୁ ଆସିପାରୁ ନାହାନ୍ତି ୮ଜଣ ମତ୍ସ୍ୟଜୀବୀ

କନକ ବ୍ୟୁରୋ: ପାରାଦୀପ ନେହେରୁ ବଙ୍ଗଲା ମୁହାଣର ସମୁଦ୍ର ମୁହାଣରେ ଫସିଛି ମାଛଧରା ଟ୍ରଲର। ମହାକାଳପଡ଼ା ବତୀଘର ନିକଟ ବାଲିଚରରେ ମାଛଧରା ବୋଟ୍ ଲାଖିଯିବାରୁ କୂଳକୁ ଆସିପାରୁ ନାହାନ୍ତି ମତ୍ସ୍ୟଜୀବୀ । ବୋଟରୁ ଓହ୍ଲାଇ ନିକଟରେ ଥିବା ଏକ ଟାପୁରେ ୮ ଜଣ ମତ୍ସ୍ୟଜୀବୀ ଆଶ୍ରୟ ନେଇଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ ଉଦ୍ଧାର କାରୀ ଟିମ୍। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଛି । ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe