ପାରାଦୀପ ସମୁଦ୍ରରେ ବୁଡି ରହିଥିବା ବ୍ଲାକରୋଜ ଜାହାଜରେ ପିଟିହେଲା ମାଛଧରା ଟ୍ରଲର । ଟ୍ରଲରରେ ଥିବା ଲୋକଙ୍କ ମଧ୍ୟରେ ୨ ଜଣ ନିଖୋଜ, ୫ ଜଣ ଉଦ୍ଧାର । ୯ ସେପ୍ଟେମ୍ବର ୨୦୦୯ରେ ବୁଡିଥିଲା ବ୍ଲାକରୋଜ ।

627

କନକ ବ୍ୟୁରୋ : ପାରାଦୀପ ସମୁଦ୍ର ମଧ୍ୟରେ ବୁଡି ରହିଥିବା ବ୍ଲାକରୋଜ ଜାହାଜରେ ପିଟିହେଲା ଟ୍ରଲର । ଟ୍ରଲରରେ ଥିବା ଲୋକଙ୍କ ମଧ୍ୟରେ ୨ ଜଣ ନିଖୋଜ ହୋଇଥିବା ବେଳେ ୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ୯ ସେପ୍ଟେମ୍ବର ୨୦୦୯ରେ ବୁଡିଥିଲା ବ୍ଲାକରୋଜ ।

ପୂର୍ବରୁ ମଧ୍ୟ ୨୦୧୯ ନଭେମ୍ବର ମାସରେ ଏକ ମାଛଧରା ଡଙ୍ଗା ଏହି ଜାହାଜରେ ମାଡ ହୋଇ ବୁଡିଯାଇଥିଲା । ଏଥିରେ ୬ ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ ‘ବ୍ଲାକରୋଜ’ ଜାହାଜକୁ ମାଛଧରା ଡଙ୍ଗା ଶକ୍ତ ଧକ୍କା ଦେବାରୁ ଡଙ୍ଗା ବୁଡ଼ିଯାଇଛି ।

୯ ସେପ୍ଟେମ୍ବର ୨୦୦୯ରେ ବ୍ଲାକରୋଜ ନାମକ ଏକ ଜାହାଜ ପାରାଦୀପ ସମୁଦ୍ରରେ ବୁଡିଯାଇଥିଲା । ୨୦୦୯ ମସିହାରେ ଏହାକୁ ନେଇ ବଡ଼ ଧରଣର ତୁମ୍ଭିତୋଫାନ୍ ହୋଇଥିଲା । ଏହାକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା ।