ଚିଲିକା ମଝିରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର : ୩ ଦିନ ହେବ ମାଛ ମାରିବାକୁ ଯାଇ କଟକି ଦଳରେ ଫସିଯାଇଥିଲା ଡଙ୍ଗା

Advertisment
ଚିଲିକା ମଝିରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର : ୩ ଦିନ ହେବ ମାଛ ମାରିବାକୁ ଯାଇ କଟକି ଦଳରେ ଫସିଯାଇଥିଲା ଡଙ୍ଗା

କନକ ବ୍ୟୁରୋ : ଚିଲିକା ମଝିରେ ସୁରକ୍ଷିତ ଉଦ୍ଧାର ହେଲେ ମତ୍ସ୍ୟଜୀବୀ । ୩ ଦିନ ହେଲା ଡଙ୍ଗାରେ ଚିଲିକାକୁ ମାଛ ମାରିବାକୁ ଯାଇଥିବାବେଳେ କଟକି ଦଳରେ ଫସିଥିଲା ଡଙ୍ଗା । ସବୁଠାରୁ ବଡକଥା ହେଉଛି ଏମାନଙ୍କ ଭିତରେ ଜଣେ ୧୦ ବର୍ଷର ପିଲା ରହିଛି । ଏହି ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ପଥରା ଗାଁର ବୋଲି ଜଣାପଡିଛି । ତେବେ କୌଣସି ମତେ ଖବର ପହଂଚାଇବାକୁ ସମର୍ଥ ହୋଇଛନ୍ତି ଏହି ମତ୍ସ୍ୟଜୀବୀ । ପରେ ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗର ପହଂଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe