କନକ ବ୍ୟୁରୋ : ଚିଲିକା ମଝିରେ ସୁରକ୍ଷିତ ଉଦ୍ଧାର ହେଲେ ମତ୍ସ୍ୟଜୀବୀ । ୩ ଦିନ ହେଲା ଡଙ୍ଗାରେ ଚିଲିକାକୁ ମାଛ ମାରିବାକୁ ଯାଇଥିବାବେଳେ କଟକି ଦଳରେ ଫସିଥିଲା ଡଙ୍ଗା । ସବୁଠାରୁ ବଡକଥା ହେଉଛି ଏମାନଙ୍କ ଭିତରେ ଜଣେ ୧୦ ବର୍ଷର ପିଲା ରହିଛି । ଏହି ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ପଥରା ଗାଁର ବୋଲି ଜଣାପଡିଛି । ତେବେ କୌଣସି ମତେ ଖବର ପହଂଚାଇବାକୁ ସମର୍ଥ ହୋଇଛନ୍ତି ଏହି ମତ୍ସ୍ୟଜୀବୀ । ପରେ ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗର ପହଂଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

Advertisment