ପାରାଦୀପରେ ଆଜିଠୁ ମେ’ ୩୧ ଯାଏଁ ସମୁଦ୍ରରେ ମାଛ ଧରିବା ମନା । ସମୁଦ୍ରକୂଳରୁ ୨୦ କିଲୋମିଟର ଯାଏଁ ଚାଲିପାରିବନି ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର ।
କନକ ବ୍ୟୁରୋ : ସମୁଦ୍ର ଭିତରେ ମାଛଧରା ଉପରେ ଲାଗିଲା କଟକଣା । ପାରାଦୀପରେ ନଭେମ୍ବର ୧ରୁ ମେ’ ୩୧ ଯାଏ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କଲେ ସରକାର । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଯିବାକୁ ବାରଣ କରାଯାଇଛି । କାରଣ ଏହି ସମୟରେ ଦୂର ସମୁଦ୍ରରୁ କୂଳକୁ ଆସୁଛନ୍ତି ଅଣ୍ଡାଦାନ କରିବାକୁ କଇଁଛ । ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର ।

Kanak News is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାର ଦେବୀ, ରୁଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ଲଗାଯାଇଛି । କଇଁଛଙ୍କ ପାଇଁ ସରକାର କଟକଣା ଲଗାଉଥିବା ବେଳେ ମତ୍ସଜୀବୀଙ୍କ ପାଇଁ ସରକାର କିଛି ଅନୁକମ୍ପା ରାଶି ପ୍ରଦାନ ନକଲେ ସେମାନେ ଚଳିବେ କେମିତି ବୋଲି ପ୍ରଶ୍ନ କରିଛନ୍ତି ମତ୍ସଜୀବୀ ।