ଭଙ୍ଗା ଡଙ୍ଗା ନୁହେଁ, ଫାଇବର ଡଙ୍ଗାରେ ମାଛ ଧରିବେ ମତ୍ସ୍ୟଜୀବୀ । ମାଛ ଧରିବା ପାଇଁ ଡଙ୍ଗା ଯୋଗାଇ ଦେଲା ଜିଲ୍ଲା ପ୍ରଶାସନ ।

92

କନକ ବ୍ୟୁରୋ: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇଛି ପ୍ରଶାସନ । ଏବେ ଭଙ୍ଗା କାଠ ଡଙ୍ଗା ନୁହେଁ ଉନ୍ନତ ମାନର ଫାଇବର ଡ଼ଙ୍ଗାରେ ଯାଇ ମାଛ ଧରିବେ ମତ୍ସ୍ୟଜୀବୀ । ଏହି ଡଙ୍ଗା ଦ୍ୱାରା ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଭାବେ ନଦୀକୁ ଯାଇ ମାଛ ଧରିପାରିବେ । ଅନେକ ସମୟରେ ଜଳଭଣ୍ଡାରରେ ଘଟୁଥିବା ଅଘଟଣରୁ ମତ୍ସ୍ୟଜୀବୀଙ୍କୁ ମୁକ୍ତି ମିଳିବ । ଯାହକୁ ନେଇ ଖୁସି ପ୍ରକାଶ କରିଛନ୍ତି ମତ୍ସ୍ୟଜୀବୀ ।

୨୦୨୨-୨୩ ଆର୍ଥିକ ବର୍ଷ ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳର ୬ଟି ପଞ୍ଚାୟତର ୫୦ ଜଣ ମତ୍ସ୍ୟଜୀବୀଙ୍କୁ ଏହାର ଲାଭ ମଳିଛି । ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ୨୦କେଜି ମାଛ ଧରା ଜାଲ, ଲାଇଫ୍ ଜ୍ୟାକେଟ ଓ ଫାଇବର ଡ଼ଙ୍ଗା ଯୋଗାଇ ଦେଇଛି ଓଡ଼଼ିଶା ମତ୍ସ୍ୟ ଚାଷ ନିଗମ ଓ ମାଲକାନଗିରି ଜିଲ୍ଲା ମତ୍ସ୍ୟ ବିଭାଗ । ଚଳିତ ବର୍ଷ ମୋଟ ୩୦୦ରୁ ଅଧିକ ଫାଇବର ଡ଼ଙ୍ଗା ମତ୍ସ୍ୟଜୀବୀଙ୍କୁ ଦିଆଯିବାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ତେବେ ସ୍ୱାଭିମାନ ଅଞ୍ଚଳରେ ସେତୁ ଯୋଜନାରେ ବାଲିମେଳା ଜଳ ଭଣ୍ଡାରରେ ପୂର୍ବରୁ ମାଛ ଯାଅଁଳ ଛଡ଼଼ାଯାଇଥିଲା । ଆଉ ଏବେ ମତ୍ସ୍ୟଜୀବୀଙ୍କୁ ଡ଼ଙ୍ଗା, ଜାଲ, ଲାଇଫ୍ ଜ୍ୟାକେଟ ଯୋଗାଇଦେବା ଦ୍ୱାରା ଲୋକେ ଅନେକ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ।