ଚିଲିକାର ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ: ନଳବଣ ପକ୍ଷୀ ଅଭୟାରଣ୍ୟରେ ପଶି ମାଛ ମାରୁଛି ଯନ୍ତ୍ର ଚାଳିତ ଡଙ୍ଗା

107

କନକ ବ୍ୟୁରୋ: ଚିଲିକାର ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ । ମାଛ ଧରାଳିମାନେ ବେଆଇନ ଭାବେ ନଳବଣ ସାଂଚୁରୀ ଭିତରେ ପଶି ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ମାରୁଛନ୍ତି । ଡଙ୍ଗା ଶବ୍ଦରେ ବିଦେଶୀ ପକ୍ଷୀମାନେ ଭୟଭୀତ ହୋଇ ଚିଲିକା ଛାଡୁଛନ୍ତି । ଶୀତରୁତୁରେ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଖାସକରି ଚିଲିକାର ନଳବଣରେ ଭିଡ ଜମାଇଥାଆନ୍ତି ବିଦେଶାଗତ ପକ୍ଷୀ । ପକ୍ଷୀଙ୍କ ଭିଡ଼କୁ ନଜରରେ ରଖି ବନ ବିଭାଗ ପକ୍ଷରୁ ଅକ୍ଟୋବର ମାସ ଠାରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ୧୪୪ ଧାରା ଲଗାଯଇ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । କିନ୍ତୁ ପକ୍ଷୀ ଅଭୟାରଣ୍ୟ ଚିଲିକାର ନଳବଣ ଭିତରେ ପଶି ମତ୍ସ୍ୟଜୀବୀ ମାନେ ମାଛ ମାରୁଛନ୍ତି । ଏହାକୁ ନେଇ ପକ୍ଷୀ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ । ପକ୍ଷୀ ସୁରକ୍ଷା ଉପରେ ଏବେ ଠାରୁ ବନ ବିଭାଗ ନଜର ନଦେଲେ ଆଗକୁ ଚିଲିକାକୁ ବିବେଶାଗତ ପକ୍ଷୀଙ୍କ ଆଗମନ କମିଯିବା ସମ୍ଭାବନା ରହିଛି ।