କନକ ବ୍ୟୁରୋ : ଚିଲିକା ମଝିରେ ୩ ଦିନ ହେଲା ଫସିରହିଛନ୍ତି ମତ୍ସ୍ୟଜୀବୀ । ସବୁଠାରୁ ବଡକଥା ହେଉଛି ଏମାନଙ୍କ ଭିତରେ ଜଣେ ୧୦ ବର୍ଷର ପିଲା ରହିଛି । ଡଙ୍ଗାରେ ଚିଲିକାକୁ ମାଛ ମାରିବାକୁ ଯାଇଥିବାବେଳେ କଟକି ଦଳରେ ଫସିଯାଇଛି ଡଙ୍ଗା । ଏହି ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ପଥରା ଗାଁର ବୋଲି ଜଣାପଡିଛି ।
ତେବେ କୌଣସି ମତେ ଖବର ପହଂଚାଇବାକୁ ସମର୍ଥ ହୋଇଛନ୍ତି ଏହି ମତ୍ସ୍ୟଜୀବୀ । ଫଳରେ ଏବେ ସେମାନଙ୍କୁ ମଝି ଚିଲିକାରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାସ୍ଥଳକୁ ଯାଉଛି ମାଲୁଦ ଅଗ୍ନିଶମ ବିଭାଗର ଏକ ଟିମ୍ । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଗଡ ଘିମୁନ୍ଦା ଜେଟିର ଚିଲିକା ନିକଟରୁ କିଛିଦୂର ଚିଲିକାରେ ଫସି ରହିଛି ଏହି ମତ୍ସ୍ୟଜୀବୀଙ୍କ ଡଙ୍ଗା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/9-34.jpg)