୩୦ ବର୍ଷ ତଳେ ଗଂଜାମ ଆର୍ଯ୍ୟପଲ୍ଲି ନିର୍ମାଣ ହୋଇଥିଲା ଜେଟି । ରକ୍ଷଣବେକ୍ଷଣା ଅଭାବରୁ ଏବେ ଜରାଜିନ୍ନ ସ୍ଥିତି, ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ଦାବି

୩୦ ବର୍ଷ ତଳେ ଗଂଜାମ ଆର୍ଯ୍ୟପଲ୍ଲି ନିର୍ମାଣ ହୋଇଥିଲା ଜେଟି । ରକ୍ଷଣବେକ୍ଷଣା ଅଭାବରୁ ଏବେ ଜରାଜିନ୍ନ ସ୍ଥିତି, ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ଦାବି

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଉପକୁଳ ପ୍ରୟାଗି ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିଲୋମିଟର ବୋଳାଭୁମି ରହିଛି । ଉପକୁଳ ଅଂଚଳରେ ଥିବା ଗାଁର ପ୍ରାୟ ଅଧିକାଂଶ ଲୋକେ ସମୁଦ୍ରରୁ ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି । ତେଣୁ ଧିବର ମାନଙ୍କ ସୁବିଧା ପାଇଁ ୧୯୯୩ ଜାନୁଆରିରେ ଗୋଟିଏ ଜେଟି ପ୍ରତିଷ୍ଠା କରାଯାଇଥିଲା ଇତି ମଧ୍ୟରେ ୩୦ ବର୍ଷ ବିତିଗଲାଣି । ଆଉ ଏବେ ଏହି ଜେଟିଟି ଜରାର୍ଜିନ ଅବସ୍ଥାରେ ପଡ଼ିରହିଛି । ତେଣୁ ଧିବର ମାନେ ଜେଟିର ପୁନରୁଦ୍ଦାର କରିବା ପାଇଁ ଦାବି କରିଆସୁଥିବା ବେଳେ କୌଣସି ସୁଫଳ ମିଳୁନାହିଁ । ତେଣୁ ସ୍ଥାନିୟ ଅଂଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଜେଟିରେ ଡଙ୍ଗା ରଖିବା ସହ ଗୋଦାମ ଗୃହର ବ୍ୟବସ୍ଥା ରହିଥିଲା । ଫଳରେ ଧିବର ମାନଙ୍କୁ ତାହା ସୁବିଧା ଦେଉଥିଲା । କିନ୍ତୁ ଏବେ ଜେଟିର ମୁହାଁଣ ପୋତି ହୋଇ ଯାଇଛି । ଯାହା ଫଳରେ ଧିବର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଏହି ଜେଟି ଉପରେ ନିର୍ଭର କରୁଥିବା ୧୦ଟି ଗାଁର ଲୋକ ଏହାର ପୁନରୁଦ୍ଧାର କରିବାକୁ ଦାବି କରିଥିବା ବେଳେ ଏଥିପାଇଁ ଅର୍ଥ ମଞୁର ବି ସରିଛି । ହେଲେ ତା ପରେ ଆଉ କିଛି କାମ ଆଗକୁ ବଢି ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଘନାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe