କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଉପକୁଳ ପ୍ରୟାଗି ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିଲୋମିଟର ବୋଳାଭୁମି ରହିଛି । ଉପକୁଳ ଅଂଚଳରେ ଥିବା ଗାଁର ପ୍ରାୟ ଅଧିକାଂଶ ଲୋକେ ସମୁଦ୍ରରୁ ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି । ତେଣୁ ଧିବର ମାନଙ୍କ ସୁବିଧା ପାଇଁ ୧୯୯୩ ଜାନୁଆରିରେ ଗୋଟିଏ ଜେଟି ପ୍ରତିଷ୍ଠା କରାଯାଇଥିଲା ଇତି ମଧ୍ୟରେ ୩୦ ବର୍ଷ ବିତିଗଲାଣି । ଆଉ ଏବେ ଏହି ଜେଟିଟି ଜରାର୍ଜିନ ଅବସ୍ଥାରେ ପଡ଼ିରହିଛି । ତେଣୁ ଧିବର ମାନେ ଜେଟିର ପୁନରୁଦ୍ଦାର କରିବା ପାଇଁ ଦାବି କରିଆସୁଥିବା ବେଳେ କୌଣସି ସୁଫଳ ମିଳୁନାହିଁ । ତେଣୁ ସ୍ଥାନିୟ ଅଂଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଜେଟିରେ ଡଙ୍ଗା ରଖିବା ସହ ଗୋଦାମ ଗୃହର ବ୍ୟବସ୍ଥା ରହିଥିଲା । ଫଳରେ ଧିବର ମାନଙ୍କୁ ତାହା ସୁବିଧା ଦେଉଥିଲା । କିନ୍ତୁ ଏବେ ଜେଟିର ମୁହାଁଣ ପୋତି ହୋଇ ଯାଇଛି । ଯାହା ଫଳରେ ଧିବର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଏହି ଜେଟି ଉପରେ ନିର୍ଭର କରୁଥିବା ୧୦ଟି ଗାଁର ଲୋକ ଏହାର ପୁନରୁଦ୍ଧାର କରିବାକୁ ଦାବି କରିଥିବା ବେଳେ ଏଥିପାଇଁ ଅର୍ଥ ମଞୁର ବି ସରିଛି । ହେଲେ ତା ପରେ ଆଉ କିଛି କାମ ଆଗକୁ ବଢି ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଘନାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/18-32.jpg)