ମାଛ କରିଦେଲା ଲକ୍ଷପତି : ଚାନ୍ଦବାଲିର ଗଭୀର ସମୁଦ୍ରରୁ ଧରିଲେ ଧୀବର, କିଲୋପ୍ରତି ୮ ହଜାରରେ ବିକ୍ରି ହେଲା ୨୨ କେଜିର ତେଲିଆ ମାଛ; କିଣିଲା ମୁମ୍ବାଇ କମ୍ପାନୀ

999
କନକ ବ୍ୟୁରୋ : କରୋନା କାଳରେ ମାଛ କରିଦେଲା ଲକ୍ଷପତି । ଚାନ୍ଦବାଲିରୁ ଆସିଛି ଏପରି ଖବର । ଯାହାକୁ ନେଇ ଚାନ୍ଦବାଲି ଅଂଚଳରେ ଚର୍ଚା ଜୋର ଧରିଛି । ମାଛ ଗୋଟିଏ, ଦାମ୍ ତାହାର ୧ଲକ୍ଷ ୭୬ ହଜାର ଟଙ୍କା । ଆଗରୁ ହୁଏତ ମାଛର ଏପରି ଦାମ୍ ଆପଣ କେବେ ଶୁଣି ନଥାଇପାରନ୍ତି । ଏପରି ଦର ଶୁଣିବା ଲୋକ ବି ଆଶ୍ଚର୍ଯ୍ୟ ହୋଇଯିବ ।
ଆଜି ଚାନ୍ଦବାଲିର ଚାନ୍ଦନିପାଳ କଂଟାରେ ଏପରି ଏକ ବିଶାଳ ମାଛର ନିଲାମ ଲାଗିଥିଲା । ମାଛ କେଜି ପିଛା ପ୍ରାୟ ୮ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ଏହି ଦରରେ ପୁରା ମାଛର ଦାମ୍ ହେବ ପ୍ରାୟ ୧ ଲକ୍ଷ ୭୬ ହଜାର ଟଙ୍କା । ନିଲାମରେ ବ୍ୟବସାୟୀ ଭାଗ ନେଇ ଶେଷରେ ବଂବେର ଏକ କମ୍ପାନୀ ଏହାକୁ ଚଢା ଦାମରେ କିଣିଥିବା ଜଣାପଡିଛି । ତାଳଚୁଆ ଅଂଚଳରୁ ଧୀବରଙ୍କ ଜାଲରେ ପଡିଥିଲା ଏକ ବିଶାଳ ମାଛ ।
ବର୍ତ୍ତମାନ କରୋନା କାରଣରୁ ମାଛ ଟିକୁ କୋଲକାତା ନେଇପାରିନଥିଲେ ଧୀବରମାନେ । ଏହି କାରଣରୁ ସ୍ଥାନୀୟ ବଜାରରେ ଏହାକୁ ନିଲାମ କରି ଦେଇଥିଲେ । ଲକ୍ଷେ ଛଅସ୍ତରୀୟ ହଜାର ଟଙ୍କିଆ ମାଛଟିକୁ ତେଲିଆ ମାଛ ବୋଲି କୁହାଯାଇଥାଏ । ପୂର୍ବରୁ ସମାନ ପ୍ରକାରର ଦୁଇଟି ମାଛକୁ କେଜି ପିଛା ୬ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା । ତେଲିଆ ମାଛର କେଜି ପିଛା ୮ ହଜାର ଟଙ୍କା ଦାମ୍ ଆଗରୁ କେବେ ଯାଇନଥିଲା ।