ତାମିଲନାଡୁରେ ଜଣେ ମାଛଧରାଳୀ ଏକା ସାଙ୍ଗରେ ୧୮ଜଣ କୁକୁରକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଏ ନେଇ ପୁଲିସରେ ଅଭିଯୋଗ ଆଣିଛନ୍ତି । ରାତିରେ ଘରକୁ ଫେରିବା ସମୟରେ କୁକୁରମାନେ ଭୁକୁଥିବାରୁ ମାଛଧରାଳୀଜଣଙ୍କ ସେମାନଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ମେ’ ୧୩ରେ ୧୦ଜଣ କୁକୁର ଏବଂ ପରଦିନ ୮ଜଣ କୁକୁରଙ୍କୁ ବିଷ ଦେଇଥିଲେ ଅଭିଯୁକ୍ତ । ହଠାତ୍ ଏତେ ସଂଖ୍ୟକ କୁକୁର ମରୁଥିବା ଦେଖି ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ସେ ମଧ୍ୟରୁ କିଛି ଅସୁସ୍ଥ ଥିବା କୁକୁରଙ୍କୁ ଦେଖି ତାଙ୍କୁ ଡ଼ାକ୍ତରଖାନା ନିଆଯିବା ପରେ କୁକୁରମାନଙ୍କୁ ଖାଇବାରେ ବିଷ ଦିଆଯାଇଥିବା ଜଣା ପଡ଼ିଥିଲା । ଏ ନେଇ ସ୍ଥାନୀୟ ଲୋକେ ସିସିଟିଭି ଯାଞ୍ଚ କରିବା ପରେ ଗୋପଳ ନାମକ ମାଛଧରାଳୀ କୁକୁରମାନଙ୍କୁ କିଛି ଖାଇବାକୁ ଦେଉଥିବା ଦେଖା ଯାଇଥିଲା । ଯାହା ପରେ ପରେ କୁକୁରମାନେ ଅଚେତ ହେବାକୁ ଲାଗିଥିଲା । ତେବେ ଏ ନେଇ ପୁଲିସ ଗୋପାଳଙ୍କ ବିରୋଧରେ କୌଣସି ଏତଲା ରୁଜୁ କରି ନଥିବା ଜଣା ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/M-2.jpg)
/kanak/media/post_attachments/wp-content/uploads/2019/05/deaddogs1207-300x188.jpg)