କନକ ବ୍ୟୁରୋ : ଏଥର ବାଲିଯାତ୍ରାରେ ଦର୍ଶକଙ୍କ ଆକର୍ଷଣ ସାଜିବ ଟନେଲ୍ ଫିସ୍ ଆକ୍ୱାରିୟମ୍ । ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଯାଉଥିବା ବାଲିଯାତ୍ରା ପାଇଁ କଟକ ମହାନଦୀ ପଠାରେ ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଛି । ଟନେଲ ଫିସ୍ ଆକ୍ୱାରିଅମ୍ ଅଂଶର ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଛି ।ପ୍ରାୟ ୧୫ରୁ ଉର୍ଦ୍ଧ ଟ୍ରକରେ କେରଳରୁ ଏଗୁଡିକୁ କଟକ ମହାନଦୀ ପଠାକୁ ଅଣାଯାଇଛି । କେରଳରୁ ଆସିଥିବା ୫୦ରୁ ଉର୍ଦ୍ଧ ଶ୍ରମିକ ଫିସ୍ ଆକ୍ୱାରିଅମ୍ ଖଞ୍ଜାରେ ଲାଗିଛନ୍ତି। ଭାଗବାନ୍ ବିଷ୍ଣୁଙ୍କ ପାତାଳୀ ଅବତାର, ଜଳ ପରି, ଦ୍ବାରିକା ନଗରୀ, ଟାଇଟାନିକ ଜାହାଜ ଭଳି ଅନେକ ଆକର୍ଷଣୀୟ ଜିନିସ ଦେଖିବାକୁ ମିଳିବ ଏହି ଟନେଲ ଭିତରେ । ଖାଲି ସେତିକି ନୁହେଁ ବିଭିନ୍ନ ଦେଶୀ ବିଦେଶୀ ପ୍ରଜାତିର ମାଛ ମଧ୍ୟ ରହିବେ।
୨୧୦ ଫୁଟ ଟନେଲ୍ ଭିତରେ ଦର୍ଶକ ଯିବା ସମୟରେ ବିଦେଶର ପର୍ୟ୍ୟଟନ ସ୍ଥଳୀ ଭଳି ମଜା ନେବେ। ଟନେଲ୍ ଫିସ୍ ଆକ୍ୱାରିୟମ୍ ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେତେ ଟଙ୍କା ଟିକେଟର ମୂଲ୍ୟ ରହିବ ତାହା ଧାର୍ୟ୍ୟ କରାଯାଇ ନାହିଁ ।
ସେହିଭଳି ଟନେଲ ଫିସ୍ ଆକ୍ୱାରିଅମ୍ ଖଞ୍ଜା ଚାଲିଥିବା ବେଳେ ବିଶେଷ କରି ନକଲି କୁମ୍ଭୀର, ହାତୀ, ଅକ୍ଟପସ୍ ଦେଖିବା ପାଇଁ ଭିଡ ଜମୁଛି । ବଡ଼ ବଡ଼ କାଚ ଘର, ହାତୀ ଓ କୁମ୍ଭୀର ପାଖରେ ଫୋଟୋ ଉଠାଇବାରେ ବ୍ୟସ୍ତ ସମସ୍ତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/11-15.jpg)