କନକ ବ୍ୟୁରୋ: ବିଭିନ୍ନ ଶ୍ରମିକ ସଂଗଂନ ପକ୍ଷରୁ ଭାରତ ବନ୍ଦ ପାଳନ ହେଉଥିବା ବେଳେ ରାଉରକେଲା ବିଶ୍ରା ଛକ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା । ଏହି ସମୟରେ ସେଠାରେ ଏକ ଦୁର୍ଘଟଣା ଘଟିଥିଲା । ଏକ ମାଛ ବୋଝେଇ ପିକଅପ ଭ୍ୟାନ ସେଠାରେ ଓଲଟିପଡିଥିଲା । ଫଳରେ ରାସ୍ତା ଉପରେ ମାଛ ଗୁଡିକ ପଡିଯାଇଥିଲା ।
ଭ୍ୟାନରେ ଜୀଅନ୍ତା ମାଛ ଥିଲେ । ପିକ ଅପ ଭ୍ୟାନଟି ଓଲଟିପଡିବାରୁ ରାସ୍ତା ଉପରେ ମାଛ ଗୁଡିକ ପଡି ଛଟପଟ ହୋଇଥିଲେ । ମାଛ ଗୁଡିକ ରାସ୍ତାରେ ପଡିଯିବା ପରେ ଯିବା ଆସିବା କରୁଥିବା ଲୋକେ ସେଗୁଡିକ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଲିସ ଓ ଆନ୍ଦୋଳନକାରୀ ଥିବାରୁ ମାଛ ଗୁଡିକ ନେଇପାରିନଥିଲେ ।
ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢେ ୮ଟାରେ ଏକ ମାଛ ବୋଝେଇ ପିକ୍-ଅପ୍ ଭ୍ୟାନ୍ ବିଶ୍ରାଛକ ଠାରେ ଓଲଟି ପଡ଼ିବାରୁ ଶହ ଶହ ଜିଅନ୍ତା ମାଛ ରାସ୍ତା ଉପରେ ଛାଟିପିଟି ହେଉଥିବା ଦେଖାଯାଇଥିଲା। ଟ୍ରେଡ୍ ୟୁନିଅନ୍ ଆହ୍ଵାନ କ୍ରମେ ଆଜି ସମଗ୍ର ଭାରତରେ ବନ୍ଦ ପାଳନ ହେଉଥିବା ବେଳେ ରାଉରକେଲାରେ ମଧ୍ୟ ବନ୍ଦ ପାଳନ ହେଉଥିଲା ଆଉ ଠିକ୍ ଏତିକିବେଳେ ଗୋଟାଏ ପିକଅପ୍ ଭ୍ୟାନ୍ ବନ୍ଧମୁଣ୍ଡାରୁ ମାଛ ନେଇ ଡିଏଭି ମାଛ ମାର୍କେଟ୍ ଅଭିମୁଖେ ଯାଉଥିବା ବେଳେ ବିଶ୍ରାଛକ ଠାରେ ପ୍ରତିବାଦକାରୀମାନେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ଜିଅନ୍ତା ରୋହି, ଭାକୁର ଓ ମିରିକାଳି ଆଦି ମାଛଗୁଡ଼ିକ ରାସ୍ତାରେ ପଡିଯାଇଥିଲେ ।
  
 Follow Us
                            
                        
                            
                            /kanak/media/post_attachments/wp-content/uploads/2020/01/Screen-Shot-2020-01-08-at-9.49.00-AM.png)
/kanak/media/post_attachments/wp-content/uploads/2020/01/Screen-Shot-2020-01-08-at-9.49.05-AM.png)