କନକ ବ୍ୟୁରୋ : ଚିନ୍ତାରେ ପଡିଛନ୍ତି ମତ୍ସ୍ୟଜୀବୀ । ସମୁଦ୍ରରୁ ମାଛ ମାରି ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ମାଛ ଚୋରା ଚାଲାଣକାରୀଙ୍କ ଯୋଗୁ ବଢୁଛି ଚିନ୍ତା । ଅସ୍ତରଙ୍ଗ ଦେବୀ ମୁହାଣରେ ମାଛ ଯାଆଁଳ ଚୋରା ଚାଲାଣକାରୀଙ୍କ ଦୌରାତ୍ମ୍ୟ ବଢିଚାଲିଛି । କିଛି ବର୍ଷ ହେଲା କୋଲକାତାରୁ କିଛି ଚାଲାଣକାରୀ ଏହି ଅଂଚଳରେ ନିଜ ଆଡ୍ଡା ଜମାଇ ବସିଛନ୍ତି । ଦେବୀ ମୁହାଣ ନିକଟରେ କ୍ୟାମ୍ପ ବସାଇ ଲକ୍ଷାଧିକ ଯାଆଁଳ ଧରି ବାହାରକୁ ଚ।।ଣ କରୁଛନ୍ତି । ପ୍ରତିଦିନ ଖୁଲମଖୁଲ।। ଭାବେ ଖଇଙ୍ଗାରୁ ନେଇ ଚିଙ୍ଗୁଡି ଯାଆଁଳ ଧରି କୋଲକାତା ଚାଲାଣ କରୁଛନ୍ତି । ଯେଉଁ ଖଇଙ୍ଗା ମାଛ ଆଦିକୁ ସ୍ଥାନୀୟ ମତ୍ସ୍ୟଜୀବୀ ଧରି ବାହାରେ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ । ତାହା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଲୋକଙ୍କୁ ଖଇଙ୍ଗା ମାଛ ମିଳୁନଥିବା ବେଳେ ମାଛ ମାରି ପରିବାର ଚଳାଉଥିବା ମତ୍ସ୍ୟଜୀବୀଙ୍କ ଜୀବିକା ଏବେ ସଙ୍କଟରେ ପଡିଛି ।
ଅସ୍ତରଙ୍ଗ ବ୍ଲକରେ ୧୨ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ଦେବୀ ନଦୀ ଓ ସମୁଦ୍ରରୁ ମାଛ ମାରି ପରିବାର ପୋଷୁଛନ୍ତି । ଦିନ ସାରା ପରିଶ୍ରମ କରି ମାଛ ମାରୁଛନ୍ତି । ହେଲ ସବୁଠୁ ବେଶୀ ଚାହିଦା ଥିବା ଖଇଙ୍ଗା ମାଛ ଆଉ ମିଳୁନି । ଚାଲାଣକାରୀ ମୁହାଣ ଟାପୁରେ କ୍ୟାମ୍ପ କରି କୁଇଂଟାଲ କୁଇଂଟାଲ ମାଛ ବାହାରକୁ ଚାଲାଣ କରୁଛନ୍ତି । ଦିନ ଦିପହରରେ ଯାଆଁଳ ମାଫିଆଙ୍କ ଦୌରାତ୍ମ୍ୟ ବଢିଚାଲିଥିବା ବେଳେ ପ୍ରଶାସନ ପାଲଟିଛି ନୀରବଦ୍ରଷ୍ଟା ।
ଯାଆଁଳ ମାଫିଆଙ୍କ ଯୋଗୁ ଖଇଙ୍ଗା ଭଳି ଭଲ ମାଛ ସବୁ ଧୀରେ ଧୀରେ କମିଗଲାଣି । ଏବେଠାରୁ ପଦକ୍ଷେପ ନିଆନଗଲେ ଏହି ମାଛ ବଂଶ ସମ୍ପୁର୍ଣ୍ଣ ଲୋପପାଇଯିବ ।