ଓଡିଶାରେ ବଢୁଛି ମାଛ ଉତ୍ପାଦନ । ପଡିଶା ଉପରେ ନୁହେଁ ନିର୍ଭରଶୀଳ 

241

କନକ ବ୍ୟୁରୋ : ଓଡ଼ିଶାରେ ବଢୁଛି ମାଛ ଉତ୍ପାଦନ । ମାଛ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହନ ସାଙ୍ଗକୁ ସାମୁଦ୍ରିକ ମାଛ ଧରା ଉପରେ କଟକଣା କୋହଳ ଯୋଗୁ ରାଜ୍ୟରେ ମାଛ ଉତ୍ପାଦନ ଆଗକୁ ବଢିଛି । ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗର ତଥ୍ୟ ଅନୁସାରେ ସାମୁଦ୍ରିକ ମାଛ ଉତ୍ପାଦନଠାରୁ ମାଛ ଚାଷରୁ ଅଧିକ ମାଛ ଓଡ଼ିଶାରୁ ବାହାରୁଛି ।

ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ଏବେ ଆଉ ପଡ଼ିଶା ଦେଶ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ଦିନ ଥିଲା ଓଡ଼ିଶା ମାଛ ପାଇଁ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଥିଲା । ଆନ୍ଧ୍ରରୁ ମାଛ ନଆସିଲେ ଓଡ଼ିଶା ବଜାରରେ ମାଛ ମିଳୁନଥିଲା । ହେଲେ ଏବେ ମାଛ ପାଇଁ ଓଡ଼ିଶା ବ୍ୟବସାୟୀ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରୁନାହାନ୍ତି ।

– ୨୦୦୦-୨୦୦୧ ଆର୍ଥିକ ବର୍ଷରେ ଓଡ଼ିଶାରୁ ୨.୫୯ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ
– ୨୦୧୦-୧୧ରେ ୩.୮୬ ଲକ୍ଷ ମେଟ୍ରିକ୍ ଟନରେ ପହଂଚିଥିଲା ଉତ୍ପାଦନ
– ୨୦୨୦-୨୧ରେ ମାଛ ଉତ୍ପାଦନ ୮.୩୧ ଲକ୍ଷ ମେଟ୍ରିକ୍ ଟନ୍ରେ ପହଂଚିଛି
– ୨୦୦୦-୨୦୦୧ରେ ମଧୁର ଜଳରୁ ୧.୨୫ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ
– ୨୦୨୦-୨୧ରେ ମଧୁର ଜଳରୁ ୫.୭୪ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହୋଇଛି
– ମଧୁର ଜଳରେ ମାଛ ଉତ୍ପାଦନ ୪ ପ୍ରତିଶତରୁ ଅଧିକ ବୃଦ୍ଧି
– ୨୦୧୬-୧୭ରେ ଖାରିଆ ପାଣିରେ ୬୧ ହଜାର ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ
– ୨୦୨୦-୨୧ରେ ଖାରିଆ ପାଣିରେ ୧.୨୫ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ