ମାଛ ପିିଇଲା ମଦ ! ଡ଼ହଡ଼ହ ଖରାରେ ସମୂଦ୍ର ଭିତରେ ମାଛ ପିଇଲା ଚିଲ୍ଡ ବିୟର୍ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ ।

598

ସୋସିଆଲ୍ ମିଡିଆରେ ବେଳେବେଳେ ଏପରି କିଛି ଭିଡିଓ ଭାଇରାଲ୍ ହୁଏ ଯାହା ଆଖିକୁ ବିଶ୍ୱାସ କରିବାରେ ସମୟ ନେଇଥାଏ । ଆଉ ଏଭଳି ଏକ ଭିଡିଓ ନିକଟରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହି ଭିଡିଓଟିରେ ଜଣେ ବ୍ୟକ୍ତି ସମୂଦ୍ର ମଝିରେ ଗୋଟିଏ ମାଛକୁ ମଦ ପିଆଉଥିବା ଦେଖିବାକୁ ମିଳୁଛନ୍ତି । ମାଛଟି ମଧ୍ୟ ଡଙ୍ଗାଦାଢରେ ମୁହଁଲଗାଇ ଆରାମରେ ମଦ ପିଉଥିବା ଦେଖାଯାଉଛି । ଭିଡ଼ିଓଟିକୁ ଆଇଏଫଏସ୍ ଅଫିସର ଶୁସାନ୍ତା ନନ୍ଦା ଟ୍ୱିଟରରେ ସେୟାର୍ କରିଛନ୍ତି । ସେ ଭିଡିଓଟି ପୋଷ୍ଟ୍ କରି କ୍ୟାପ୍ସନରେ ଲେଖିଛନ୍ତି , “ଏହି ମାଛ ଭଳି ବିୟର୍ ପିଅନ୍ତୁ । ଦେଖନ୍ତୁ ଏହି ମାଛ କେତେ ଭାଗ୍ୟଶାଳୀ , ଡହଡହ ଗରମ ଭିତରେ ସେ କେମିତି ଥଣ୍ଡା ବିୟରର ମଜା ନେଉଛି ।”

ତେବେ ଏହି ଭିଡିଓଟିକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି । କମ୍ ସମୟ ଭିତରେ ୭ ହଜାରରୁ ଅଧିକ ଲୋକ ଭିଡିଓଟିକୁ ଦେଖିସାରିଛନ୍ତି । ଏହାସହ ୭୦୦ ରୁ ଅଧିକ ଲାଇକ୍ ଏବଂ ୧୦୦ ରୁ ଅଧିକ ରିଟ୍ୱିଟ୍ ମିଳିସାରିଛି ।