ପଞ୍ଜୁରୀ ଭିତରେ ହେଉଛି ମାଛ ଚାଷ । ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଫିଶିଙ୍ଗ କେଜ । ମତ୍ସ୍ୟ ବିଭାଗର ସହାୟତାରେ ଗଭୀର ଜଳଭଣ୍ଡାରରେ କେଜ୍ କଲଚର୍ ଫାର୍ମିଂ କରୁଛନ୍ତି ୨୧୮ ଚାଷୀ ପରିବାର

283

କନକ ବ୍ୟୁରୋ : ପଞ୍ଜୁରୀ ଭିତରେ ମାଛ ଚାଷ । କଥା ଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁ ଥିବ ନିଶ୍ଚିତ । ତେବେ ଉପାନ୍ତ ମାଲାକନଗିରି ଜିଲ୍ଲାରେ ଏବେ ପଞ୍ଜୁରୀ ଭିତରେ ମାଛ ଚାଷ କରି ସ୍ୱାବଳମ୍ବି ହୋଇ ପାରିଛନ୍ତି ୨୦୦ ରୁ ଉର୍ଧ ଚାଷୀ ପରିବାର । ଏଥି ପାଇଁ ସତିଗୁଡା ଜଳ ଭଣ୍ଡାର ରେ ଭାସ୍ୱମାନ ଜେଟି ଓ ଜାଲ ସହାୟତା ରେ ଫିଶିଙ୍ଗ କେଜ ନିର୍ମାଣ କରା ଯାଇ ସୋସାଇଟି କୁ ହସ୍ତାନ୍ତର କରିଛି ସତ୍ସ୍ୟ ବିଭାଗ । ଆଉ କେଜ୍ ଫାର୍ମୀଙ୍ଗ କରି ବଜାର ର ଚାହିଦା ମୁତାବକ ମାଛ ଆମଦାନୀ କରିବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି ମାଲକାନଗିରି ର ମାଛ ଚାଷୀ ମାନେ ।

ପଞ୍ଜୁରୀ ଭିତରେ ବଢୁଛି ମାଛ । ଗଭିର ଜଳଭଣ୍ଡାର ଭିତରେ ମାଛ ଛାଷ । ସୁଆଦି ଜଳଙ୍ଗ ମାଛ ଚାଷର ଏ ଚିତ୍ର ଆସିଛି ମାଲକନାଗିରି ଜିଲ୍ଲାରୁ । ସତୁଗୁଡା ଜଳ ଭଣ୍ଡାରର ଗଭିର ଜଳରାଶୀ ମଧ୍ୟରେ କେଜ୍ କଲ୍ଚର୍ ଫାର୍ମିଙ୍ଗ କରୁଛନ୍ତି ୨୧୮ ଟି ଚାଷୀ ପରିବାର । ଗତ ୨୦୧୯ – ୨୦ ଆର୍ଥୀକ ବର୍ଷରେ ୨୦ ଲକ୍ଷ ଅନୁଦାନ ଦେଇ ଏହି କେଜ୍ କଲ୍ଚର ଫାର୍ମକୁ ନିର୍ମାଣ କରିଥିଲେ ମତ୍ସ୍ୟ ବିଭାଗ । ଆଉ ନିର୍ମାଣ ପରେ ସ୍ଥାନୀୟ ମତ୍ସ୍ୟ ଚାଷୀଙ୍କୁ ନେଇ ଏକ ସମିତି ଗଠନ କରାଯାଇ ସେମାନଙ୍କୁ ଲିଜ ଆକାରରେ ହସ୍ତାନ୍ତର କରିଛି ମତ୍ସ୍ୟ ବିଭାଗ ।

ପ୍୍ରଥମେ ସାଢେ ୭ ଲକ୍ଷ ଟଙ୍କା ଆର୍ଥୀକ ସହାତା ରାଶୀ ନେଇ ଗତ ଆକ୍ଟୋବର ମାସରେ ମାଛ ଚାଷ ଆରମ୍ଭ କରିଥିଲା ସତିଗୁଡା ପ୍ରାଥମିକ ମତ୍ସ୍ୟ ଯୀବି ସମବାୟ ସମିତି । ପ୍ରଥମେ ପଂଜୁରୀ ଭିତରେ ୧୨୦୦୦ ଜାଁଅଳା ମାଛ ଛଡା ଯାଇଥିବା ବେଳେ ୬ ମାସ ପରେ ବିକ୍ରୀ ଉପଯୋଗି ହୋଇଛି କ୍ୟାଟ ଫିଶ ପ୍ରଜାତିର ଜଳଙ୍ଗ ବା ପାଙ୍ଗାସିୟସ ମାଛ । ଏହି ସୁଆଦିଆ ମାଛ ହୋଟେଲ ଓ ରେଷ୍ଟୁରାଁରେ ଅଧିକ ଚାହିଦା ରହି ଥିବା ବେଳେ ବଜାରର ଚାହିଦା ମୁତାବକ ବିକ୍ରୀ କରୁଛନ୍ତି ସମବାୟ ସମିତିର ମତ୍ସଜୀବୀମାନେ ।

ସତିଗୁଡା ସମବାୟ ସମିତି ପ୍ରତି ଦିନ ୨ ରୁ ୩ କୁଇଂଟାଲ ମାଛ ବିକୁଛନ୍ତି । ଥରକରେ ଛଡା ଯାଇ ଥିବା ମାଛ ଜାଅଁଳାରେ ୧୦ ମେଟ୍ରିକ ଟନ ମାଛ ଆମଦାନୀ କରିବାକୁ ସମିତି ଲକ୍ଷ୍ୟ ରଖିଥିବା ବେଳେ ୫ ଲକ୍ଷ ଟଙ୍କା ବ୍ୟୟ ରେ ୧୦ ଲକ୍ଷ ଟଙ୍କା ଆଦାୟ ହବ ବୋଲି ଜଣା ପଡିଛି । ସମବାୟ ସମିତି ଠାରୁ ବ୍ୟବସାୟୀ ମାନେ ୮୦ ରୁ ୧୦୦ ଟଙ୍କା କିଲୋ ପିଛା ମାଛ କିଣି ନେଉଥିବା ବେଳେ ୧୪୦ ରୁ ୧୫୦ ଟଙ୍କା ବଜାରରେ ବିକି ଦୁଇ ପଇସା ରୋଜଗାର କରୁଛନ୍ତି ସ୍ଥାନୀୟ ବ୍ୟବସାୟୀ ଓ ଲାଭବାନ ହୋଉଛନ୍ତି ସତିଗୁଡା ଜଳଭଣ୍ଡାରର ଚାରି ପଟେ ଥିବା ୨୧୮ ଟି ମତ୍ସ୍ୟଜୀବି ପରିବାର ।

ସୁଆଦ କ୍ଷେତ୍ରରେ ସତିଗୁଡା ଜଳଭଣ୍ଡାରର ମାଛର ସ୍ୱତନ୍ତ୍ର ପରିଚୟ ରହିଛି । ତେଣୁ ପ୍ରଥମ ପର୍ଜ୍ୟାୟରେ ସତିଗୁଡା ଜଳଭଣ୍ଡାରରେ ପରିକ୍ଷା ମୁଳକ ଭାବେ କ୍ୟାଟ ଫିଶ ପ୍ରଜାତି ଜଳଙ୍ଗ ମାଛରୁ ଏହି କେଜ କଲ୍ଚର ଫାର୍ମିଙ୍ଗ ଆରମ୍ଭ କରିଛି ମତ୍ସ୍ୟ ବିଭାଗ । ଆଗାମି ଦିନରେ କ୍ୟାଟ ଫିଶ ପ୍ରଜାତି ର ଟିଲାପିଆ, ଗିଫ୍ଟ ଟିଲାପିଆ, ବାହିଆ ଶୈଳ, ସିଙ୍ଗି ସହ ଇଣ୍ଡିଆନ ମେଜର କାର୍ପ ପ୍ରଜାତିର ରୋହି, ଭାକୁର, ମିରିଗାଲି ଆଦି ମାଛ ଚାଷ କରିବା କୁ ଲକ୍ଷ୍ୟ ରଖିଛି ମାଲକାନଗିରି ମତ୍ସ୍ୟ ବିଭାଗ ।