କନକ ବ୍ୟୁରୋ: କୋଭିଡ୍ ପରେ ଲୋକଙ୍କୁ ସଶକ୍ତ କରିବା ପାଇଁ, ବାଇଓ-ଫ୍ଲକ ଯୋଜନାରେ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ ସରକାର । ଏହି ଯୋଜନାରେ ପୋଖରୀ ବଦଳରେ,ଲୋକେ ସିମେଂଟ କୁଣ୍ଡରେ ବିଭିନ୍ନ ପ୍ରକାରର ମାଛ ଚାଷ କରି ଆର୍ଥିକ ସମୃଦ୍ଧ ହେବେ ବୋଲି ସରକାର ଲକ୍ଷ୍ୟ ରଖିଥିଲେ । କେନ୍ଦ୍ରାପଡାରେ ବି ଏହି ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ କେମିତି ଚାଲିଛି ଏହି ଯୋଜନା,

Advertisment

କୁଣ୍ଡ ଅଛି ମାଛ ନାହିଁ । ମାଛ ଚାଷ ପାଇଁ ପ୍ରକଳ୍ପ ହୋଇଥିଲା, ହେଲେ ଭାଂଗି ଗଲାଣି । କେନ୍ଦ୍ରାପଡା ଜିଲ୍ଳାରେ ଚାଲିଥିବା ବିଭିନ୍ନ ବାଓ-ଫ୍ଲକ ଯୋଜନାରେ ହୋଇଥିବା ମାଛ ଚାଷ । ଏହି ଯୋଜନାରେ ମାଛ ପାଇଁ ମହିଳା ଚାଷୀଙ୍କୁ ୬୦ ପ୍ରତିଶତ ଓ ପୁରୁଷ ଚାଷୀଙ୍କ ୪୦ ପ୍ରତିଶତ ସବସିଡି ଦେଇଥାନ୍ତି ସରକାର । କିନ୍ତୁ କେଉଁଠି ଜରି କୁଣ୍ଡ ଅଛି ତ ଆଉ କେଉଁଠି ସିମେଂଟ କୁଣ୍ଡ ଅଛି, କିନ୍ତୁ ମାଛ ନାହାନ୍ତି । ତେବେ ଚାଷୀଙ୍କ କହିବା କଥା ଯେତିକି ପ୍ରଶିକ୍ଷଣ ଦେବା କଥା ସେତିକି ଦିଆଯାଉ ନାହିଁ । ଅଧିକ ବିଦ୍ୟୁତ ଖଚ୍ଚ ଓ ଯାଆଁଳର ଅଭାବ ଯୋଗୁଁ ସେମାନେ କ୍ଷତି ସହୁଛନ୍ତି । ଏଥିସହ ମିଳୁଥିବା ପ୍ରୋତ୍ସାହନ ବାଟବଣା କାରଣରୁ ଏମିତି ହୋଇଥିବା ଅଭିଯୋଗ କରିଛନ୍ତି ମାଛ ଚାଷୀ ।

ତେବେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କହିବା କଥା ଅନେକ ଚାଷୀ ଏଥିରେ ସଫଳ ହୋଇଛନ୍ତି । କାରଣ ସେମାନଙ୍କର ଚାଷ ପ୍ରତି ଆଗ୍ରହ ରହିଛି । ଏବଂ ପ୍ରୋତ୍ସାହନ ଦିଆଯାଉଛି ବୋଲି କହିଛନ୍ତି ମତ୍ସ୍ୟ ଅଧିକାରୀ । ବ୍ଲକ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ମତ୍ସ୍ୟ ବିଭାଗର ଅଧିକାରୀ ରହୁଛନ୍ତି । ହେଲେ, ମାଛ ଚାଷ ପାଇଁ ହୋଇଥିବା ପ୍ରକଳ୍ପ ବିଫଳ ହେବା ମତ୍ସ୍ୟ ବିଭାଗ ଓ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।