ସ୍ୱାବଲମ୍ବୀ ହେବେ ସ୍ୱାଭିମାନ ଅଂଚଳବାସୀ । ୩ ବର୍ଷ ହେବ ଜଳଭଣ୍ଡାରରେ ମାଛ ଯାଆଁଳ ଛାଡୁଛି ମତ୍ସ୍ୟ ବିଭାଗ । ମାଛ ମାରି ଜୀବିକା ନିର୍ବାହ କରିବାକୁ ଯୋଗାଇଦେଇଛି ଡଙ୍ଗା ଓ ଜାଲ
କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ସେତୁ ଯୋଜନା । ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଳମ୍ବୀ କରିବା ଉଦେଶ୍ୟରେ ବାଲିମେଳା ଜଳଭଣ୍ଡାରରେ ୩ ବର୍ଷ ହେଲା ମାଛ ଯାଅଁଳା ଛାଡୁଛି ଜିଲ୍ଲା ପ୍ରଶାସନ । ୨୦୧୮ରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସେତୁ ଯୋଜନା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସେହି ସେତୁ ଯୋଜନା ଏବେ ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ମଣିଷକୁ ରୋଜଗାରକ୍ଷମ କରିବା ସହ ଜୀବିକା ନିର୍ବାହର ବାଟ ଫିଟାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିକାଶ ଦେଖୁଛି ସ୍ୱାଭିମାନ ଅଂଚଳ
ବୁଡି ଅଂଚଳବାସୀଙ୍କ ମୁହଁରେ ଫୁଟିଲା ହସ
ବାଲିମେଳା ଜଳଭଣ୍ଡାରରେ ସଫଳ ହେଉଛି ମାଛ ଚାଷ । ୧୦ ହଜାର ଲୋକଙ୍କ ଜୀବିକା ନିର୍ବାହ କରିବା ପାଇଁ ୩ ବର୍ଷ ହେଲା ବାଲିମେଳା ଜଳଭଣ୍ଡାରରେ ମାଛ ଯାଆଁଳ ଛାଡି ଆସୁଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏଯାଏଁ ୫ କୋଟିରୁ ଅଧିକ ମାଛ ଯାଅାଁଳ ଛାଡିଛି ମତ୍ସ୍ୟ ବିଭାଗ । ମାଲେସିଆ ସ୍ଥିତ ୱାର୍ଲଡ ଫିସ୍ ଫେଡେରେଶନର ବୈଷୟିକ ତତ୍ୱବଧାନରେ ରୋହି, ଭାକୁର, ମିର୍କାଲି, ଚାଇନା ରୋହି ପ୍ରଜାତିର ୩୦୦ ଗ୍ରାମରୁ ଅଧିକ ଓଜନର ବଡ ମାଛ ଯାଅଁଳା ଛାଡିଛି ମତ୍ସବିଭାଗ । ଏହାସହ ମାଛ ମାରି ଜୀବିକା ନିର୍ବାହ କରିବା ପାଇଁ ସ୍ୱାଭିମାନ ଅଂଚଳବାସୀଙ୍କୁ ଜାଲ, ମାଛ ଧରା ଡଙ୍ଗ ଯୋଗାଇ ଦେଇଛି ମତ୍ସ୍ୟ ବିଭାଗ ।
୨୦୧୮ରେ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଅଙ୍ଗୁଳିକା ମାଛ ଛଡା ଯାଇଥିଲା । ପର୍ଯ୍ୟାୟ କ୍ରମେ ବାଲିମେଳା ଜଳଭଣ୍ଡାରରେ କୋଟିଏ ଯାଆଁଳ ମାଛ ଛଡା ଯିବ । ଚଳିତ ବର୍ଷ ୮୦ ଲକ୍ଷ ଯାଅାଁଳ ମାଛ ଛାଡିବା ଲକ୍ଷ୍ୟ ରଖିଛି ମତ୍ସ୍ୟବିଭାଗ । ଏ ବର୍ଷର ପ୍ରଥମ ପର୍ଯ୍ୟାୟରେ ୨୦ କ୍ୱିଂଟାଲ ମାଛ ଯାଆଁଳ ଛଡା ଯାଇଥିବା ବେଳେ ମାଛ ବଢିବା ଲାଗି ଜଳଭଣ୍ଡାର ୫ ଏକର ସ୍ଥାନରେ ପେନ୍ କଲ୍ଟିଭେସନ ପଦ୍ଧତିରେ ଫିଶ ଫାର୍ମିଙ୍ଗ କରାଯାଇଛି । ଏବେ ବିପୁଳ ପରିମାଣର ମାଛ ଛଡା ଯାଉଥିବାରୁ ଆଗାମୀ ୫ ବର୍ଷ ପରେ ଆଉ ମାଛ ଯାଆଁଳ ଛଡିବାକୁ ପଡିବ ନାହିଁ ବୋଲି ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ୨୦୧୮ ଜୁଲାଇରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ସେଥିରେ ମତ୍ସ୍ୟ ଚାଷ ପାଇଁ ୨୦ କୋଟି ଅଂଶ ରଖାଯାଇଥିଲା । ଯାହା ଏବେ ସ୍ୱାଭିମାନ ଅଂଚଳବାସୀଙ୍କ ଜୀବିକା ନିର୍ବାହ କରିବା ଦିଗରେ ବେଶ ସଫଳ ହୋଇପରିଛି ।