ମଧୁର ମାଛ ଚାଷୀ ରମେଶ । ଅବସର ପରେ କରୁଛନ୍ତି ମାଛ ଯାଆଁଳ ଉତ୍ପାଦନ, ଲୋକଙ୍କୁ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ ।

144

କନକ ବ୍ୟୁରୋ : ଅସ୍ତରଙ୍ଗ ପ୍ରଧାନ ଫାର୍ମ ହାଉସ୍ । ଅସ୍ତରଙ୍ଗ, କାକଟପୁର, ଗୋପ, କୋଣାର୍କ ଆଉ ନିମାପଡାରେ ମଧୁର ଜଳ ମାଛ ଚାଷୀଙ୍କ ପାଇଁ ପରିଚିତ ନାମଟିଏ । ଚାକିରିରୁ ଅବସର ପରେ ମଧୁର ଜଳ ଯାଆଁଳ ଉତ୍ପାଦନ ଓ ମାଗଣା ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ କରିଛନ୍ତି ଅସ୍ତରଙ୍ଗର ରମେଶ ଚନ୍ଦ୍ର ପ୍ରଧାନ । ନିଜେ କିଛି ରୋଜଗାର କରିବା ସହ ଅନ୍ୟ କିଛି ଯୁବକଙ୍କୁ ଦେଇଛନ୍ତି ରୋଜଗାର । ପୂର୍ବରୁ ମାଛ ଯାଆଁଳ ପାଇଁ ଏ ଅଞ୍ଚଳର ଚାଷୀଙ୍କୁ ଭୁବନେଶ୍ୱର ଯିବାକୁ ପଡ଼ୁଥିଲା । କିନ୍ତୁ ଏବେ ଏହି ସୁବିଧା ଚାଷୀଙ୍କ ହାତ ପାହାନ୍ତାରେ ପହଞ୍ଚି ଯାଇଛି ।
ଅସ୍ତରଙ୍ଗ ଗ୍ରାମର ରମେଶ ଚନ୍ଦ୍ର ପ୍ରଧାନ ବ୍ୟାଙ୍କ ଚାକିରୀରୁ ଅବସର ନେବା ପରେ ଆରମ୍ଭ କରିଛନ୍ତି ମଧୁର ଜଳ ଯାଆଁଳ ଉତ୍ପାଦନ ଓ ମାଗଣା ପ୍ରଶିକ୍ଷଣ କେନ୍ଦ୍ର । ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ୧୦ ଟି ପୋଖରୀ ଖୋଳି ବିଭିନ୍ନ ପ୍ରକାର ମାଛ ଯାଆଁଳ ଉତ୍ପାଦନ କରି ତାହାକୁ ସୁଲଭ ମୂଲ୍ୟରେ ବିକ୍ରି କରୁଛନ୍ତି । ରୋହି, ଭାକୁଡ , ମିରିକାଳୀ, ରୂପଚାନ୍ଦି, ଚିଙ୍ଗୁଡି, ସହ ଅନ୍ୟାନ୍ୟ ୧୦ ପ୍ରଜାତିର ଯାଆଁଳ ଏଠାରେ ଉତ୍ପାଦନ ହେଉଛି ।

ଯେଉଁ ଗାଁ ଲୋକ ମାନେ ମଧୁର ଜଳରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖି ପୋଖରୀ ଖୋଳିଛନ୍ତି ସେମାନଙ୍କୁ ଯାଆଁଳ ଯୋଗାଇ ଦେଉଛି ପ୍ରଧାନ ଫାର୍ମ ହାଉସ୍ । ପୂର୍ବରୁ ମାଛ ଯାଆଁଳ ପାଇଁ ଏ ଅଞ୍ଚଳର ଚାଷୀଙ୍କୁ ଭୁବନେଶ୍ୱର ଯିବାକୁ ପଡ଼ୁଥିଲା । କିନ୍ତୁ ଏବେ ଏହି ସୁବିଧା ଚାଷୀଙ୍କ ହାତ ପାହାନ୍ତାରେ ପହ୍ଚି ଯାଇଛି । ଏଠାକୁ ଆସୁଥିବା ମାଛ ଚାଷୀଙ୍କୁ ତାଲିମ ମଧ୍ୟ ନିଜ ଫାର୍ମ ହାଉସରେ ଦିଅନ୍ତି ରମେଶ । ।